ନିଜ ନୀତିରେ ରାଜ୍ୟରେ ବେଆଇନ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଇଛି କଂଗ୍ରେସ- ଅମିତ ଶାହ
ଶୋଣିତପୁର- (ଆସମ), ୨୯ ମାର୍ଚ୍ଚ (ହି.ସ.)। ଆସାମକୁ ଦୁଇଦିନିଆ ଗସ୍ତର ଦ୍ୱିତୀୟ ଦିନ ରବିବାର କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶୋଣିତପୁରରେ ଏକ ଜନସଭାରେ କଂଗ୍ରେସ୍ ଉପରେ ତାଙ୍କ ଆକ୍ରମଣକୁ ଆହୁରି କଡା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏହି ଦଳ ଐତିହାସିକ
ନିଜ ନୀତିରେ ରାଜ୍ୟରେ ବେଆଇନ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଇଛି     କଂଗ୍ରେସ- ଅମିତ ଶାହ


ଶୋଣିତପୁର- (ଆସମ), ୨୯ ମାର୍ଚ୍ଚ

(ହି.ସ.)। ଆସାମକୁ ଦୁଇଦିନିଆ ଗସ୍ତର ଦ୍ୱିତୀୟ ଦିନ ରବିବାର କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ

ଶୋଣିତପୁରରେ ଏକ ଜନସଭାରେ କଂଗ୍ରେସ୍ ଉପରେ ତାଙ୍କ ଆକ୍ରମଣକୁ ଆହୁରି କଡା କରିଛନ୍ତି । ସେ

ଅଭିଯୋଗ କରିଛନ୍ତି ଯେ, ଏହି ଦଳ ଐତିହାସିକ

ଭାବରେ ତାର ନୀତି ମାଧ୍ୟମରେ ରାଜ୍ୟରେ ବେଆଇନ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଇଆସିଛି ଏବଂ

ବର୍ତ୍ତମାନ କେନ୍ଦ୍ର ସରକାର ନେଉଥିବା ସୁଧାରମୂଳକ ପଦକ୍ଷେପକୁ ବିରୋଧ କରୁଛି।

ସଭାକୁ ସମ୍ବୋଧନ କରି କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ୍ ସରକାର ‘ଅବୈଧ ପ୍ରବାସୀ (ଟ୍ରିବ୍ୟୁନାଲ

ଦ୍ୱାରା ନିର୍ଦ୍ଧାରଣ) ଆଇନ’ (ଆଇଏମଡିଟି) କେବଳ ଏହି କାରଣରେ ତିଆରି କରିଥିଲା ଯେ, ଆସାମରେ ଅନୁପ୍ରବେଶକୁ ବଢ଼ାଇପାରିବ। ସେ ବେଆଇନ

ପ୍ରବାସୀମାନଙ୍କୁ ଚିହ୍ନଟ କରି ତାଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାରର ପ୍ରତିବଦ୍ଧତାକୁ

ପୁନରୁଚ୍ଚାରଣ କରି କହିଛନ୍ତି ଯେ, ଏହା ସରକାର ପାଇଁ

ସଦାରଣତଃ ଏକ ପ୍ରାଥମିକତା ଥିଲା।

ସମଗ୍ର ଦେଶରେ ଚାଲିଥିବା ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ଅଭିଯାନର

ଉଲ୍ଲେଖ କରି ସେ କଂଗ୍ରେସ୍ର ଶୀର୍ଷ ନେତୃତ୍ୱ ଉପରେ ଏହି ପ୍ରକ୍ରିୟାକୁ ବିରୋଧ କରୁଥିବାର

ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏପରି ବିରୋଧ

ଦ୍ୱାରା ବେଆଇନ ଅନୁପ୍ରବେଶ ବିଷୟରେ କଂଗ୍ରେସ୍ର ମନୋଭାବ ଉପରେ ଅନେକ ପ୍ରଶ୍ନ ଉଠୁଛି।

ଆସାମ କଂଗ୍ରେସ୍ର ନେତା ଏବଂ ଲୋକସଭା ସାଂସଦ ଗୌରବ ଗୋଗୋଇଙ୍କୁ ଟାର୍ଗେଟ

କରି ଅମିତ ଶାହ ତାଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ସେ ରାଜ୍ୟର

ଲୋକମାନଙ୍କ ସମ୍ମୁଖରେ ନିଜ ମତ ସ୍ପଷ୍ଟ କରନ୍ତୁ। ସେ କହିଛନ୍ତି, ଯଦି ଗୌରବ ଗୋଗୋଇ ଏଠାକୁ ଆସନ୍ତି, ତେବେ ତାଙ୍କୁ ପଚାରନ୍ତୁ ଯେ ସେ ଏସଆଇଆରକୁ ବିରୋଧ

କାହିଁକି କରୁଛନ୍ତି। ସେମାନେ ସ୍ପଷ୍ଟ କରିବା ଉଚିତ ଯେ, ସେ ଅନୁପ୍ରବେଶକାରୀଙ୍କ

ପକ୍ଷରେ ଅଛନ୍ତି କି ଏହା ବିରୋଧରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande