
କାର୍ବି ଆଙ୍ଗଲୋଙ୍ଗ, ୨୯ ମାର୍ଚ୍ଚ (ହି.ସ.)। ଆସାମ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ
କଂଗ୍ରେସ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଆସାମ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ
ଡ଼ଃ ହିମନ୍ତ ବିଶ୍ୱ ଶର୍ମା ରବିବାର କଡା ଟିପ୍ପଣୀ କରିଛନ୍ତି। ସେ ଦଳର ନେତୃତ୍ୱ, ନିର୍ବାଚନୀ କୌଶଳ
ଏବଂ ଖଡ଼ଗେଙ୍କ ପୂର୍ବତନ ମତାମତ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।
ଜଣାପଡ଼ିଛି ଯେ, ଆଜି ରାଜ୍ୟର ପାହାଡ଼ିଆ ଜିଲ୍ଲା କାର୍ବି ଆଙ୍ଗଲୋଙ୍ଗର ବୋକାଜାନ
ବିଧାନସଭା, ଡିଫୁ ବିଧାନସଭା, ହାଉରାଘାଟ
ବିଧାନସଭା ଏବଂ ଆମ୍ରି ବିଧାନସଭା କ୍ଷେତ୍ରରେ ମୋଟ ଚାରିଟି ନିର୍ବାଚନୀ ବିଜୟ ସଂକଳ୍ପ ସଭାରେ
ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସଭାରେ ଲୋକମାନଙ୍କର ବ୍ୟାପକ ଉପସ୍ଥିତି ଦେଖି ସେ ବହୁତ
ଉତ୍ସାହିତ ଦେଖାଯାଇଥିଲେ। ସେ କହିଥିଲେ ଯେ, ଭାଜପାର ବିଜୟ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ।
ଏହି ସମୟରେ ଗଣମାଧ୍ୟମ ସହ କଥାହେବା ସମୟରେ ଡ଼ଃ ଶର୍ମା କହିଥିଲେ ଯେ, କଂଗ୍ରେସ୍ ଆସାମରେ
ଖଡ଼ଗେଙ୍କୁ ପ୍ରଚାରର ମୁଖ୍ୟ ମୁହଁ ଭାବେ ପ୍ରସ୍ତୁତ କରି ଏକ କୌଶଳଗତ ଭୁଲ କରିଛି। ସେ ଟିପ୍ପଣୀ
କରି କହିଥିଲେ ଯେ, ଖଡ଼ଗେଙ୍କୁ ଆଣି
କଂଗ୍ରେସ୍ ନିଜ ଗୋଡରେ ନିଜେ କୁରାଢି ମାରିଛି।
ସେ ଆହୁରି ଅଭିଯୋଗ କରିଥିଲେ ଯେ, ଖଡ଼ଗେ ପୂର୍ବରୁ ଆସାମର ସାଂସ୍କୃତିକ ପ୍ରତୀକ ଭୂପେନ
ହଜାରିକାଙ୍କୁ ଭାରତ ରତ୍ନ ଦେବାକୁ ବିରୋଧ କରିଥିଲେ। ଡ଼ଃ ଶର୍ମା ଏହା ମଧ୍ୟ କହିଥିଲେ ଯେ, ଖଡ଼ଗେ ଆସାମରେ
ପ୍ରସ୍ତାବିତ ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନାକୁ ମଧ୍ୟ ବିରୋଧ କରିଥିଲେ। ରାଜ୍ୟ ସରକାର ଏହି
ପଦକ୍ଷେପକୁ ଔଦ୍ୟୋଗିକ ଏବଂ ପ୍ରଯୁକ୍ତିଗତ ଉନ୍ନତି ପାଇଁ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା