ଜିଲ୍ଲା ଓକିଲ ସଂଘ ନିର୍ବାଚନ: ସଭାପତି ରଘୁମଣୀ, ସମ୍ପାଦକ ନୀଳାଦ୍ରି
Jharsuguda Bar election
ଜିଲ୍ଲା ଓକିଲ ସଂଘ ନିର୍ବାଚନ: ସଭାପତି ରଘୁମଣୀ, ସମ୍ପାଦକ ନୀଳାଦ୍ରି


ଝାରସୁଗୁଡ଼ା, ୨୮ ମାର୍ଚ୍ଚ (ହି.ସ.) - ଝାରସୁଗୁଡା ଜିଲ୍ଲା ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ପଦବୀ ପାଇଁ ରଘୁମଣୀ ପଟେଲ ଓ ସାଧାରଣ ସମ୍ପାଦକ ପଦବୀ ପାଇଁ ନୀଳାଦ୍ରି ବିହାରୀ ପଣ୍ଡା ବିଜୟୀ ହୋଇଛନ୍ତି।

ସକାଳୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ପରେ ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।

ସଭାପତି ପଦବୀ ପାଇଁ ହୋଇଥିବା ମତଗଣନାରେ ରଘୁମଣୀ ପଟେଲ ୭ଟି ରାଉଣ୍ଡରେ ମୋଟ ୧୮୨ଟି ଭୋଟ ପାଇ ବିଜୟ ହାସଲ କରିଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତ୍ରିନାଥ ଗୁଆଳ ୧୬୭ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ସେହିପରି ସାଧାରଣ ସମ୍ପାଦକ ପଦବୀ ପାଇଁ ନୀଳାଦ୍ରି ବିହାରୀ ପଣ୍ଡା ୭ଟି ରାଉଣ୍ଡରେ ମୋଟ ୨୪୧ଟି ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ ମନୀଷ କୁମାର ବାଜପେୟୀ ୧୦୮ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

ଅନ୍ୟାନ୍ୟ ପଦବୀଗୁଡିକରେ ପୂର୍ବରୁ ନିର୍ବିରୋଧରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିବାକୁ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ ହୋଇଥିବାରୁ ସଂଘର ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ।--

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande