


ସମ୍ବଲପୁର,୨୮, ମାର୍ଚ୍ଚ (ହି.ସ.)
ସମ୍ବଲପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୮୫୭ର ଭୁଲିଯାଇଥିବା ଜ୍ୱାଳା : କୁଦୋପାଲିର ଅନାଲୋଚିତ କାହାଣୀ ଶୀର୍ଷକ ଏକ ଦୁଇ ଦିନିଆ ଜାତୀୟ ସମ୍ପାନ ବିଶ୍ଵବିଦ୍ୟଳୟର ଇତିହାସ ବିଭାଗ ଏବଂ ଓଡ଼ିଶା ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏବଂ ନୂଆଦିଲ୍ଲୀର ଭାରତୀୟ ଐତିହାସିକ ଗବେଷଣା ପରିଷଦର ଅନୁଦାନରେ ଆୟୋଜନ କରାଯାଉଛି । ଭାରତର ସ୍ୱାଧୀନତା ଅପାର ବଳିଦାନ ମଧ୍ୟରୁ ବିସ୍ମୃତ ଘଟଣା ୧୮୫୭ ଡିସେମ୍ବର ୩୦ ତାରିଖ ରେ ସମ୍ବଲପୁରର କୁଦୋପାଲିରେ ଘଟିଥିଲା ଓ ଏଥିରେ ୫୩ ଜଣ ବିପ୍ଳବୀ ସହିଦ ହୋଇଥିଲେ ଏବଂ ଏହା ପରେ ଆଉ ଚାରି ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା। ପ୍ରାୟତ ୧୮୫୭ ର ଏକ ଅନାଲୋଚିତ କାହାଣୀ ଭାବରେ ବର୍ଣ୍ଣିତ, ଏହି ଦୁଃଖଦ ଘଟଣା ଜାଲିଆନାୱାଲା ବାଗ କାଣ୍ଡ ସହିତ ତୀବ୍ରତା ଏବଂ ନିର୍ମମତାରେ ତୁଳନୀୟ ବୋଲି ବିବେଚନା କରାଯାଏ। ଯାହା ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅସାଧାରଣ ସାହସ କୁ ପ୍ରତିଫଳିତ କରେ। ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶ ର ପ୍ରତିରୋଧ ପାଇଁ ୧୮୫୭ ବିଦ୍ରୋହ ପୂର୍ବରୁ ମଧ୍ୟ ଏକ ସଶସ୍ତ୍ର ସଂଗ୍ରାମର ନେତୃତ୍ୱ ନେଇଥିଲେ। ସହିଦମାନଙ୍କୁ ମନେ ରଖିବା ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ର ନୈତିକ ଦାୟିତ୍ୱ ନିର୍ବାହନ ନାୟକମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଏବଂ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ୱୀକାର କରିବା ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସୂଚନା ଦେଇ ଆଲୋଚନା ଚକ୍ରର ସଂଯୋଜକ ଡ. ଅତୁଲ କୁମାର ପ୍ରଧାନ ଅବହେଳିତ ଆଞ୍ଚଳିକ ଇତିହାସକୁ ପୁନଃପୂଣ୍ଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।। ପୂର୍ବତନ ଶାସକ ଡ ଲିଭିଲିଉଡ଼ ଅଲ୍ଟରନେଟିଭ୍ସ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ବିତ ତ୍ରିପାଠି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ବଲପୁର ଏବଂ ମାଲେସିଆର ଉତ୍ତର ବିଶ୍ୱବିଦ୍ୟାଳୟର ପୂର୍ବତନ ଇତିହାସ ପ୍ର. ପତିତ ପାବନ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଇତିହାସ ବିଭାଗର ପଦକ୍ଷେପକୁ ପ୍ରଶଂସା କରିଥିଲେ । ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ର. ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିଜିସି ର ଅଧ୍ୟକ୍ଷ ପ୍ର. ଜ୍ଞାନରଞ୍ଜନ ସ୍ୱାଇଁ ଏ ଅଧିକ ଶିକ୍ଷାଗତ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଡ. ଅତୁଲ କୁମାର ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ଜ୍ୱାଳା ଶୀର୍ଷକ ଏକ ସ୍ମାରକୀ ଏବଂ ଅନ୍ୟ ଏକ ପୁସ୍ତକ ଶୂନ୍ୟସ୍ଥାନରେ ଦୃଷ୍ଟି ଉନ୍ମୋଚିତ ହୋଇଥିଲା। ଡ. ସସ୍ମିତା ରାଣୀ ଶାସିନୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଞ୍ଜଳି ରାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଶଙ୍ଖାନନ୍ଦ ଦେହୁରୀଙ୍କ ସମେତ ବିଭିନ୍ନ ରାଜ୍ୟର ବହୁ ସଂଖ୍ୟାରେ ଗବେଷକ ଓ ବିଦ୍ୱାନମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ