
ଗଞାମ, ୨୮ ମାର୍ଚ୍ଚ (ହି.ସ.)- ରନ୍ଧନ ଗ୍ୟାସ ଜନିତ ସମସ୍ୟାକୁ ନେଇ ୧୫ ଦିନହେଲା ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ ଜଳଖିଆ ତଥା ଖାଦ୍ୟ ଦୋକାନ ଉପରେ ପ୍ରଭାବ ପଡ଼ିଛି। ପ୍ରଶାସନର ତାଗିଦ ସତ୍ବେ ଦୋକାନୀ ମାନେ ଖାଦ୍ୟ ଦ୍ରବ୍ୟର ଦର ବୃଦ୍ଧି କରିଛନ୍ତି। ପୁରୀ, ବରା, ସିଙ୍ଗଡା, ଆଳୁଚପ୍ ଇତ୍ୟାଦି ଖାଦ୍ୟ ଦ୍ରବ୍ୟ ଦର ଗୋଟିଏ ପିଛା ପାଞ୍ଚରୁ ସାତ ଓ ଦଶଟଙ୍କା ଦରବୃଦ୍ଧି କରିଛନ୍ତି ଓ ଖାଦ୍ଯର ମାନ କମୁଥିଵା ଦେଖାଦେଇଛି। ଫଳରେ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ଅନୁଧ୍ୟାନ କରି ଏ ଧରଣର ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ