
ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ରାଜ୍ୟରେ ତେଲ କିମ୍ବା ଗ୍ୟାସ ସଙ୍କଟ ନାହିଁ। ବିରୋଧୀମାନେ ଅପପ୍ରଚାର କରୁଛନ୍ତି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ସାଧାରଣ ଲୋକଙ୍କ ଉପରେ ଆଂଜ ଆସିବାକୁ ଦିଆଯିବନି। ଘରୋଇ ଗ୍ୟାସ୍ ସେଲରେ ବିଶେଷ ଅସୁବିଧା ହେଲାପରି ମୋତେ ଲାଗୁନି। ବୁକିଂ ସମୟ ଟିକେ ବଢ଼ିଛି। ଅନ୍ୟ ଦେଶ ମାନଙ୍କ ତୁଳନାରେ ଆମେ ଭଲରେ ଅଛୁ। ଦେଶ ଗୋଟିଏ ଠିକ୍ ନେତୃତ୍ୱଙ୍କ ହାତରେ ଅଛି। ସେଭଳି ଅସୁବିଧା ହେବ ବୋଲି ମୁଁ ଭାବୁନି। ବିରୋଧୀ କେବଳ ଅପ ପ୍ରଚାର କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା