
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ତୁଳସୀପୁର, ଭଗବାନପୁର ଏବଂ ମଙ୍ଗରାଜପୁର ଗ୍ରାମର ପୂଜାମଣ୍ଡପରେ ମା ବାସନ୍ତୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ମାର୍ଶାଘାଇ ପଂଚାୟତ ତୁଳସୀପୁର ପଡିଆ ପୂଜା ମଣ୍ଡପରେ ତୁଳସୀପୁର ଗ୍ରାମବାସୀଙ୍କ ସହଯୋଗରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ପୂଜା କରାଯାଇଥିଲା। ବେରୁହାଁ ପଂଚାୟତ ଭଗବାନପୁର ଗ୍ରାମରେ ଅନୁଷ୍ଠିତ ମା ବାସନ୍ତୀ ଦୁର୍ଗାପୂଜା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଦର୍ଶନ କରିଥିଲେ। ପୂଜା କମିଟି ସଦସ୍ୟ ରଶ୍ମିରଂଜନ ନାୟକ, ତପନ ନାୟକ, ବିକାଶ ଚନ୍ଦ୍ର ନାୟକ, ଶରତ ନାୟକ ପ୍ରମୁଖ ପୂଜା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସେହିପରି ମଙ୍ଗରାଜପୁର ପଂଚାୟତ ନଛିପଡ଼ା ଗ୍ରାମରେ ମା ବାସନ୍ତୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା ଅତିଥି ଭାବେ ଯୋଗଦେଇ ପୂଜା ମଣ୍ଡପରେ ଦର୍ଶନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି