
ମାଲକାନଗିରି, ୨୮ ମାର୍ଚ୍ଚ (ହି.ସ.)- ପ୍ରେମିକା ପାଇଁ ଟାୱାର ଉପରେ ଚଢିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତାଣ୍ଡାପଲ୍ଲୀ ପଞ୍ଚାୟତ ସିଙ୍ଗରାଜକୋଣ୍ଡା ଗାଁର ମୋବାଇଲ ଟାୱାରରେ ଯୁବକ ଚଢିଯାଇଥିଲେ। ଯୁବକ ଜଣକ ହେଲେ ପଡିଆ ବ୍ଲକ ଉଣ୍ଡରୁକୋଣ୍ଡା ପଞ୍ଚାୟତ ଟାଙ୍ଗେଲ ପାଲ୍ଲୀ ଗ୍ରାମର ୩୦ ବର୍ଷୀୟ ଆଡ଼ମା ମାଡ଼କାମି । ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ନାକେଦମ୍ ହୋଇଛି।
ସିଙ୍ଗରାଜକୋଣ୍ଡା ଗ୍ରାମର ଜଣେ ଯୁବତୀଙ୍କ ପ୍ରେମ ପାଇଁ ଟାୱାରରେ ଚଢି ଯୁବକ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ୩ ଘଣ୍ଟା ଚେଷ୍ଟା କରିବା ପରେ ଅଗ୍ନିଶମ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରି ମାଲକାନଗିରି ଥାନାକୁ ହସ୍ତାନ୍ତର କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ