
ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ଅପ୍ରେଲ ୮ ତାରିଖ ଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ତିନି ଦିନ ଧରି ଚାଲିବ ଏହି ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି କାର୍ଯ୍ୟ । ଶନିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଗଣତି ମଣତି ବେଳେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲୁ ରହିବ । ଦର୍ଶନ ମଧ୍ୟ ସ୍ୱାଭାବିକ୍ ରହିବ । ବାହାର କାଠ ନିକଟରୁ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିପାରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ