ରାତିରେ ପିଚୁ ରାସ୍ତା ନିର୍ମାଣ, ଛାଲ ଛାଲ ହୋଇ ରାସ୍ତାରୁ ଉଠି ଯାଉଛି ଗୋଡି ପିଚୁ
ଜୟପୁର, ୨୮ ମାର୍ଚ୍ଚ (ହି.ସ.)- ଠିକା ସଂସ୍ଥା ଏବଂ ବିଭାଗୀୟ ମଧୁ ଚନ୍ଦ୍ରିକାରେ ନିମ୍ନମାନର ପିଚୁ ରାସ୍ତା ନିର୍ମାଣ. ରାତି ଅଧିଆ ପିଚୁ ପକାଇ ଅତି ନିମ୍ନ ମାନର ରାସ୍ତା ନିର୍ମାଣ କରୁଛି ଠିକାଦାର ସକାଳ ପାଉ ପାଉ ରାସ୍ତା ଉପରୁ ଛାଲ ଛାଲ ପିଚୁ ଓ ଗୋଡି ବାହାରି ପଡୁଛି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ
ରାତିରେ ପିଚୁ ରାସ୍ତା ନିର୍ମାଣ, ଛାଲ ଛାଲ ହୋଇ ରାସ୍ତାରୁ ଉଠି ଯାଉଛି ଗୋଡି ପିଚୁ


ଜୟପୁର, ୨୮ ମାର୍ଚ୍ଚ (ହି.ସ.)- ଠିକା ସଂସ୍ଥା ଏବଂ ବିଭାଗୀୟ ମଧୁ ଚନ୍ଦ୍ରିକାରେ ନିମ୍ନମାନର ପିଚୁ ରାସ୍ତା ନିର୍ମାଣ. ରାତି ଅଧିଆ ପିଚୁ ପକାଇ ଅତି ନିମ୍ନ ମାନର ରାସ୍ତା ନିର୍ମାଣ କରୁଛି ଠିକାଦାର ସକାଳ ପାଉ ପାଉ ରାସ୍ତା ଉପରୁ ଛାଲ ଛାଲ ପିଚୁ ଓ ଗୋଡି ବାହାରି ପଡୁଛି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ମନ ମୁଖି ରାସ୍ତା କରୁଛି ଠିକା ସଂସ୍ଥା। ଯାହାକୁ ବିରୋଧ କରି ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବୋରିଗୁମ୍ମା ବ୍ଲକ ବଡ ପିଣ୍ଡାପଦର ଗ୍ରାମରୁ। ବଡ ପିଣ୍ଡାପଦର ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୩ କି.ମି. ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ତରଫରୁ ୨୪ ଲକ୍ଷ ଟଙ୍କା ଅନୁଦାନରେ ରାସ୍ତା ମରାମତି କାର୍ଯ୍ୟ ଚାଲୁଛି l କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଠିକା ସଂସ୍ଥା ମନମାନି କରି ନିମ୍ନ୍ନମାନର କାମ କରୁଛି ଯାହାକୁ ବିରୋଧ କରି ଗ୍ରାମବାସୀ ରାସ୍ତାରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଘଟଣାସ୍ଥଳରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପହଂଚି କାର୍ଯ୍ୟକୁ ଯାଞ୍ଚ କରୁଛନ୍ତି l ଏନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ତଦନ୍ତ କରିବାର ଆବଶ୍ୟକତା ରହିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande