ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ


ସମ୍ବଲପୁର,୨୮, ମାର୍ଚ୍ଚ (ହି.ସ.)

ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଥିଲା । ଏଥିରେ ପରିଷଦର ଉପସଭାପତି ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ନାଟ୍ୟ ସମୀକ୍ଷକ ମୋହନ ସାହୁ ମୁଖ୍ୟଵକ୍ତା ଭାବରେ ଯୋଗ ଦେଇଥିବା ବେଳେ ବର୍ଷୀୟାନ ନାଟ୍ୟାଭିନେତା ମନୋରଞ୍ଜନ ସାହୁଙ୍କୁ ପରିଷଦ ପକ୍ଷରୁ ‘ନାଟ୍ୟକଳା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା ।ଏହି ଅବସରରେ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ଲଘୁନାଟିକା ପ୍ରତିଯୋଗିତାର ବିଚାରକ ନରେନ୍ଦ୍ର ବେହେରା ଓ ମିନାକ୍ଷୀ ସୂପକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁକାନ୍ତ କର ଚଳିତ ବର୍ଷର ନାଟ୍ୟ ଦିବସର ବାର୍ତ୍ତା ଓ ଶିରୀଷ ଚନ୍ଦ୍ର ପୂଜାରୀ ମାନପତ୍ର ପାଠ କରିଥିଲେ। ଶେଷରେ ସହସମ୍ପାଦକ ବିରୂପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ବିପିନ ବିହାରୀ ଦାଶଙ୍କ ରଚନା ଓ ନିର୍ଦ୍ଦେଶନାରେ ସମ୍ବଲପୁର କଳା କେନ୍ଦ୍ର ଦ୍ୱାରା ସମ୍ବଲପୁରୀ ନାଟକ ‘ଝଗ୍ଡା’ ମଞ୍ଚସ୍ଥ ହୋଇଥିଲା। ନାଟକ ପରିବେଷଣ ପରେ ପୂର୍ବରୁ ହୋଇଥିବା ଲଘୁ ନାଟିକା ପ୍ରତିଯୋଗିତା ର ପାଣ୍ଡୁଲିପି ପାଇଁ ସ୍ୱସ୍ତିକ ସୌରଭ ଦାଶ, ମାନଧାତା ବାବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡ. ସତ୍ୟନାରାୟଣ ଠାକୁର ଏବଂ ଡିଆଇଇଟିର ବିଶ୍ୱ ରାଜହଂସ,ନିର୍ଦ୍ଦେଶନା ସକାଶେ ଡିଆଇଇଟିର ଆଜାଦ ଶେଖର ପ୍ରଧାନ, ବିଏଡ୍ କଲେଜର ଅଭିଷେକ ଶର୍ମା ଏବଂ ମା ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟର ସୁଶ୍ରୀ ପାଢୀ ତଥା ପ୍ରଯୋଜନାରେ ‘ଅଛୁତ୍ ଜାତିର୍ କଲ୍ବଲ୍’ ନାଟକ ପାଇଁ ଜିଲ୍ଲା ଶିକ୍ଷା ଓ ତାଲିମ ଅନୁଷ୍ଠାନ,’ଆରୁ କତେ ଦିନ' ନାଟକ ପାଇଁ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ‘ମାଟିର୍ ମହକ୍' ନାଟକ ପାଇଁ ଗାୟତ୍ରୀ କଲେଜ ଅଫ୍ ଫାର୍ମାସୀକୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଏବଂ ଜିଲ୍ଲା ଶିକ୍ଷା ଓ ତାଲିମ ଅନୁଷ୍ଠାନକୁ ଶ୍ରେଷ ଶ୍ରେଷ୍ଠ ସଙ୍ଗୀତ ସକାଶେ ପୁରସ୍କାର ପ୍ରଦାନ କରାଯାଇଥିଲା। ଲେଖକ ସ୍ୱର୍ଗତ ଧରଣୀଧର ପ୍ରଧାନଙ୍କ ସ୍ମୃତିରେ ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ ନାଟ୍ୟକଳା ପରିଷଦର ପୂର୍ବତନ ସଭାପତି ଡ. ଶିବନାରାୟଣ ଶତପଥୀଙ୍କ ସ୍ମୃତିରେ ଶ୍ରେଷ୍ଠ ନିର୍ଦ୍ଦେଶନା ସକାଶେ ତଥା ଶ୍ରେଷ୍ଠ ପ୍ରଯୋଜନା ପାଇଁ ପର୍ଶୁରାମ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande