ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି, ଫୂଟବଲ ଖେଳାଳି, ବରିଷ୍ଠ ସାହିତ୍ୟ ସାଧକ ଇ. ଦଶରଥୀ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
ଜୟପୁର, ୨୮ ମାର୍ଚ୍ଚ (ହି.ସ.) - ୮୪ ବର୍ଷ ବୟସରେ ଅତି ପ୍ରିୟ ଉପଦେଷ୍ଟା, ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି, ଫୂଟବଲ ଖେଳାଳି, ବରିଷ୍ଠ ସାହିତ୍ୟ ସାଧକ ଇ. ଦଶରଥୀ ନନ୍ଦ ତା ୨୫. ୩. ୨୦୨୬ ରିଖରେ ଆମକୁ ଛାଡି ଚାଲି ଯାଇଛନ୍ତି। ଏଣୁ ୨୮. ୩. ୨୦୨୬ ତାରିଖ ଦିନ ସନ୍ଧ୍ୟା ୫. ୦୦ ଘଟିକା ସମୟରେ ମାଆ
ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି, ଫୂଟବଲ ଖେଳାଳି, ବରିଷ୍ଠ ସାହିତ୍ୟ ସାଧକ ଇ. ଦଶରଥୀ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି


ଜୟପୁର, ୨୮ ମାର୍ଚ୍ଚ (ହି.ସ.) - ୮୪ ବର୍ଷ ବୟସରେ ଅତି ପ୍ରିୟ ଉପଦେଷ୍ଟା, ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି, ଫୂଟବଲ ଖେଳାଳି, ବରିଷ୍ଠ ସାହିତ୍ୟ ସାଧକ ଇ. ଦଶରଥୀ ନନ୍ଦ ତା ୨୫. ୩. ୨୦୨୬ ରିଖରେ ଆମକୁ ଛାଡି ଚାଲି ଯାଇଛନ୍ତି। ଏଣୁ ୨୮. ୩. ୨୦୨୬ ତାରିଖ ଦିନ ସନ୍ଧ୍ୟା ୫. ୦୦ ଘଟିକା ସମୟରେ ମାଆ ଲୋକେଶ୍ୱରୀ ଉଦ୍ୟାନରେ ଇ. ଦାସରଥୀ ନନ୍ଦ ଙ୍କ ଉଦ୍ଦେଶ୍ୟରେ ସ୍ମୁତି ଚାରଣ ସଭା ତଥା ଅମର ଆତ୍ମାଙ୍କ ସଦ୍ଗତି ପାଇଁ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ମାନେ ଉପସ୍ଥିତ ରହି ଥିଲେ କ୍ଷ ଉପସ୍ଥିତ ଅତିଥି ମାନେ ଇ. ନନ୍ଦଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଦକ୍ଷ ଉପନ୍ୟାସିକ ତଥା ଜଗନ୍ନାଥ ସାଗର ଉନ୍ନତି ପାଇଁ ସ୍ୱର ଉତୋଳନ କରିଥିବା ବ୍ୟକ୍ତି,ସହିଦ ଲଖଣ ନାୟକଙ୍କ ବୀରତ୍ୱକୁ ଲୋକ ଲୋଚନ ରେ ଆଣିବା ପାଇଁ ବିଶେଷ କରି ଯୁବ ପିଢ଼ିଙ୍କ ପାଖରେ କିପରି ପହଂଚିବା ସେଥି ପାଇଁ ପୁସ୍ତକ ଟିଏ କରିବା

ନିଷ୍ପତି ଏବଂ ପରେ ପରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଠାରେ ସେ ବହି ପାଠ୍ୟ ପୁସ୍ତକ ଭାବେ ପଠନ, ଇନ୍ଦ୍ରାବତୀର କାହାଣୀ ଏମିତି ଅନେକ ପୁସ୍ତକ କୋରାପୁଟ ମାଟିକୁ ଭଲ ପାଇବାର ଦର୍ଶାଏ। ପିଲାଙ୍କ ପାଇଁ ବିଦ୍ୟାଳୟ ଟିଏ ଗଢିବା, ସାହିତ୍ୟିକଙ୍କ ମେଳିରେ ଗଦ୍ୟ ସାହିତ୍ୟକୁ ଗୁରୁତ୍ୱ ଦେବା, ସାହିତ୍ୟ ସଭା କରିବା ଏବଂ ଯନ୍ତ୍ରୀ ଭାବେ ନିଜ କାର୍ଯ୍ୟ ଦକ୍ଷତା ର ଅନେକ ଉଦାହରଣ ଛାଡି ଯାଇଛନ୍ତି ଆଗାମି ପିଢ଼ି ପାଇଁ। ଏଭଳି ଜଣେ ଜ୍ଞାନୀ ଗୁଣି ଦକ୍ଷ ଯନ୍ତ୍ରୀଙ୍କ ଆମକୁ ଛାଡି ଚାଲିଯିବ ବହୁତ କଷ୍ଟ ପ୍ରଦାନ କରିଛି ବୋଲି ଉପସ୍ଥିତ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳି ଥିଲା।

ଇ. ନନ୍ଦଙ୍କ ଆତ୍ମାର ସଦ୍ଗତି ପାଇଁ ସମସ୍ତେ ପାର୍ଥନା କରିଥିଲେ, ଏହି ସଭାରେ ସଭାପତି ହରିହର କରସୁଧା ପଟନାୟକ, ମଧୁସୂଧନ ମିଶ୍ର, ଶ୍ରୀନାଥ ମିଶ୍ର, ନଳିନୀରଞ୍ଜନ ମିଶ୍ର, ଭାସ୍କର ଚନ୍ଦ୍ର ସାମନ୍ତରାୟ,ଏଦାରନାଥ ବେହେରା, ମଦନ ମୋହନ, ସୁରେଶ କୁମାର ନନ୍ଦ,ବାୟକ,ଲଷ୍ମୀ କାନ୍ତ ପାଢ଼ୀ,ଡ଼.ପ୍ରଦୀପ କୁମାର ମିଶ୍ର,ପ୍ରମୋଦ ରାଉଳ,ତପନ ତ୍ରିପାଠୀ, ଭାବଗ୍ରାହୀ ସାହୁ ଡ଼. ସୁଧାଂଶୁ ପଟନାୟକ, ଅଶୋକ ମହାରଣା,ବୈରାଗୀ ସାହୁ, ରାଧାମୋହନ ପଣ୍ଡା, ସ୍ୱଭାଗିନୀ ନନ୍ଦ,ପ୍ରମଦ ରାଉଳ.. ଅନେକ ସାହିତ୍ୟିକ ଏବଂ ବାଲ୍ୟ ବନ୍ଧୁ ଉପସ୍ଥିତ ଥିଲେ ଆବାହକ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ସଭାଟିର ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande