




ବଲାଙ୍ଗିର, ୨୮ ମାର୍ଚ୍ଚ (ହି.ସ.)- ପବିତ୍ର ଶ୍ରୀ ରାମ ନବମୀ ଠାରୁ ନବ ଦିନ ବ୍ୟାପୀ ସ୍ଥାନିୟ ନୃସିଂହ ମନ୍ଦିରର ପାଖ ରେ ଥିବା ଶ୍ରୀ ଶ୍ରୀ ସଙ୍କଟ ମୋଚନ ସିଦ୍ଧି ହନୁମାନ ମନ୍ଦିର ଝଣ୍ଡା ବାଳେ ବାବା ସେବା ଶ୍ରମ ସୁଦାମ କୁଟୀର ବାବା ରମଣ ଦାସ ମନ୍ଦିର ପୂଜା କମିଟି ଓ ଭକ୍ତ ବୃନ୍ଦ ମିଳିତ ସହଯୋଗରେ ଶ୍ରୀ ରାମ ଚରିତ ମାନସ ତୁଳସୀ ରାମାୟଣ ନବାହ୍ନ ପରାୟଣ ଯଜ୍ଞ ଅନୁଷ୍ଠିତ ହେଉଛି। ବ୍ୟାସ ଆସନରେ ବଲାଙ୍ଗିର ତାଲପାଲି ପଡ଼ା
ଲିପକ ମିଶ୍ର ଓ ତାଙ୍କର ସହଯୋଗୀ ମଣ୍ଡଳୀ ପ୍ରଭୁ ଶ୍ରୀ ରାମଙ୍କ ବୃତ୍ତାନ୍ତ ବର୍ଣ୍ଣନା କରିବା ସହିତ ରାମାୟଣର କଥା ବସ୍ତୁକୁ ଉପସ୍ଥିତ ଭକ୍ତ ବୃନ୍ଦଙ୍କୁ ବର୍ଣ୍ଣନା କରୁଛନ୍ତି। ପୂଜକ ରୁପରେ ପଣ୍ଡିତ ସନ୍ତୋଷ ଶତପଥୀ ପୂଜା ଓ ଯଜ୍ଞ ହୋମ କାର୍ଯ୍ୟ କରୁଛନ୍ତି। ୨୬ ମାର୍ଚ୍ଚ ଅପରାହ୍ନ ୫ଟା ୪୫ ରେ ଭବ୍ୟ କଳସ ଯାତ୍ରା ହୋଇଥିବା ବେଳେ ୨୭ ତାରିଖ ସକାଳ ୭ଟା ୪୦ ରେ ଅଧିବାସ, ଦିନ ୧୦ଟା ୪୫ ରେ ପରାୟଣ ଆରମ୍ଭ ହୋଇଥିଲା।
ପରାୟଣରେ ଆଗାମୀ ଶନିବାର ଏପ୍ରିଲ ୪ ରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ଯକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ