

ଜୟପୁର, ୨୮ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଳାର ବୋରିଗୁମ୍ମା ବ୍ଲକର ଦୁଇ ସାଂଗଙ୍କ କାହାଣୀ । ଏକ ଏକରରୁ ଚାଷ ଆରମ୍ଭ କରିଥିବା ଏ ଦୁଇ ସାଂଗ ଆଜି ସରକାରୀ ସହାୟତାରେ ୨୦ ଏକରରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ଏହି ଜମିରେ ଗୋଟିଏ ସ୍ଥାନରେ କିପରି ଭିନ୍ନ ଭିନ୍ନ ପ୍ରକାର ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । କେବଳ ସ୍ୱାବଲମ୍ବୀ ହୋଇ ନାହାନ୍ତି ବରଂ ଅନ୍ୟକୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । ଗୋଟିଏ ସ୍ଥାନରେ ଷ୍ଟ୍ରବେରି, ମକା, ବାଇଗଣ ଓ ଟମାଟୋ ଚାଷ, ନଡ଼ିଆ, ଗହମ ଓ ସୂର୍ଯ୍ୟମୁଖୀ ତାହା ମଧ୍ୟ କମ୍ ଖର୍ଚ୍ଚ ଓ ଆଧୁନିକ ପ୍ରଣାଳିରେ ହୋଇଛି । ଓଡ଼ିଶାରେ ଚାଷ କରୁଛନ୍ତି ପଡ଼ିଶାରେ ମାନେ ଛତିଶଗଡ଼ ରାଜ୍ୟରେ ବିକ୍ରୀ କରୁଛନ୍ତି । ଜମି କେବେ ବି ପଡ଼ିଆ ରହେ ନାହିଁ । ଏହି ଚାଷକୁ ଦେଖି ଉଦ୍ୟାନ ବିଭାଗ ମଧ୍ୟ ସରକାରୀ ଯୋଜନାର ସୁବିଧା ଯୋଗାଇ ଦେଇଛି । ଯାହାଦ୍ଵାରା କମ୍ ଖର୍ଚ୍ଚ ଓ କମ୍ ଶ୍ରମିକରେ ଅଧିକା ଅମଳ ଓ ଅଧିକା ଅର୍ଥ ଉପାର୍ଜନ କରିପାରୁଛନ୍ତି ।
ଜଣେ ଠିକାଦାରରୁ ଚାଷୀ ହୋଇଥିବା ବେଳେ ଆଉ ଜଣେ ଓକିଲରୁ ଚାଷୀ । ୨ ବନ୍ଧୁ ଆଜି ଚାଷ ପାଇଁ ପରିଚିତ । ଶିକ୍ଷିତ ଯୁବକ କେବଳ ଚାକିରି ପଛରେ ଗୋଡ଼ାଇଲେ ହେବ ନାହିଁ ଚାଷ କ୍ଷେତ୍ରରେ ସେହି ଜ୍ଞାନକୁ ଲଗାଇଲେ ଚାକିରି ଠାରୁ ଅଧିକା ଅର୍ଥ ମିଳିବ । ପ୍ରଥମେ ପରିକ୍ଷାମୁଳକ ଭାବେ ଗୋଟିଏ ଏକରରେ ଚାଷ ଆରମ୍ଭ କରିଥିଲେ, ପରେ ଏହାକୁ ୨୦ ଏକରକୁ ନେଇ ଯାଇଥିଲେ । ବାଇଗଣ ଫସଲ ସବୁଠାରୁ ଅଧିକା ଲାଭ ଦେଇଛି । କେବେ ମଧ୍ୟ ଗୋଟିଏ ଜମିରେ ବାରମ୍ବାର ଗୋଟିଏ ଫସଲ କରିବା ଠିକ୍ ନୁହେଁ, ସେଥିରେ ଅମଳ କମିଯିବ ଓ ରୋଗ ପୋକ ଲାଗିବ । ତେଣୁ ପ୍ରତି ବର୍ଷ ତାକୁ ବଦଳାଇବା ଦରକାର ବୋଲି କହିଛନ୍ତି ପଦ୍ମନ ମିଶ୍ର । ପୂର୍ବରୁ ମୁଁ ଠିକାଦାର କାମ କରୁଥିଲି । ପରେ ଦେଖିଲି ଏହି ପେଶାରେ କଷ୍ଟ ଅଧିକା ତା' ପରେ ଧିରେ ଧିରେ ଅଧିକ ଠିକାଦାର ବାହାରିଲେ, କାମ ମିଳିବା କଷ୍ଟକର ହୋଇପଡ଼ିଲା ତେଣୁ ମୁଁ ଚାଷକୁ ଆପଣାଇଲି । ଆଉ ମତେ ମଧ୍ୟ ଜଣେ ସାଙ୍ଗ ମିଳିଲେ, ଯିଏ କି ପେଶାରେ ଜଣେ ଓକିଲ, ଜଣେ ଜମି ମାଲିକ ପାଇଲୁ ଜଗଦୀଶ୍ଵର ରାଓ ଉଭୟ ମିଶି ଚାଷ କରିଲୁ । ଆଜି ଉଭୟେ ଖୁସି ଅଛୁ । ଆଗକୁ ଆହୁରି ନୂଆ ଚାଷ କରିବୁ ।
ଆଜିକାଲି କା ଯୁବ ପିଢି ପାଠ ପଢି ଚାକିରୀ ପଛରେ ଗୋଡାଉଛନ୍ତି । ଏତିକି ବେଳେ ଏହି ଦୁଇ ସାଙ୍ଗ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଅଧିକା ରୋଜଗାର କରିବା ସେହି ଶିଖିତ ଯୁବପିଢ଼ିଙ୍କୁ ଚାଷ କରିବା ପାଇଁ ପ୍ରେରଣା ଦେବା ସହ ଶିକ୍ଷିତ ଯୁବକ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି