ଏସ୍ସିବି ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ ଦାବିରେ ମିଳିତ ବିରୋଧି ଦଳର ବିକ୍ଷୋଭ ୩୦ରେ
ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ଏସ୍ସିବି ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ରୋଗିଙ୍କ ପୋଡି ହୋଇ ଦାରୁଣ ମୃତ୍ୟୁ ଘଟଣାରେ ଆସନ୍ତା ୩୦ ତାରିଖରେ ମିଳିତ ବିରୋଧି ଦଳ ରାଜରାସ୍ତାରେ ବିକ୍ଷୋଭ କରିବା ନିଷ୍ପତି ନେଇଛି । ଏଣୁ କଂଗ୍ରେସ ଭବନ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନକୁ ନେଇ ଏକ
gjtuy


ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ଏସ୍ସିବି ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ରୋଗିଙ୍କ ପୋଡି ହୋଇ ଦାରୁଣ ମୃତ୍ୟୁ ଘଟଣାରେ ଆସନ୍ତା ୩୦ ତାରିଖରେ ମିଳିତ ବିରୋଧି ଦଳ ରାଜରାସ୍ତାରେ ବିକ୍ଷୋଭ କରିବା ନିଷ୍ପତି ନେଇଛି । ଏଣୁ କଂଗ୍ରେସ ଭବନ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇ ରଣନୀତି ତିଆରି ହୋଇଥିଲା ।

ଏହି ପ୍ରସ୍ତୁତି ବୈଠକରେ ପଂଚାନନ କାନୁନ୍ଗୋ, ସୁରେଶ କୁମାର ରାଉତରାୟ, ସମୀର ରାଉତରାୟ, ଶିବାନନ୍ଦ ରାୟ, ପ୍ରକାଶ ଜେନା, ଅରବିନ୍ଦ ଦାସ, ମାନସ ଆଚାର୍ଯ୍ୟ, ଅଭୟ ସାହୁ, ରମୁ ପାତ୍ର, ସିଦ୍ଧାର୍ଥ ଦାସ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ପ୍ରକାଶ ମିଶ୍ର, ହିମାଂଶୁ ଲେଙ୍କା, ଜୟଶ୍ରୀ ପାତ୍ର, ସନ୍ତୋଷ ପ୍ରଧାନ ଓ ଚାଲୁ ମଙ୍ଗରାଜ ପ୍ରମୁଖ ଭାଗ ନେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande