ପରକ୍ରିୟା ପ୍ରିତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ
ହରିଚନ୍ଦନପୁର, ୨୮ ମାର୍ଚ୍ଚ (ହି.ସ.)- ପରକ୍ରିୟା ପ୍ରିତିକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗ୍ରାମର ଭାଗିରଥି ପଲେଇ (୪୫)ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ମିଳିଥିବା
A heinous murder committed out of love for the other person


ହରିଚନ୍ଦନପୁର, ୨୮ ମାର୍ଚ୍ଚ (ହି.ସ.)- ପରକ୍ରିୟା ପ୍ରିତିକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗ୍ରାମର ଭାଗିରଥି ପଲେଇ (୪୫)ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାମ ନବମୀ ଅବସରରେ ସନ୍ଧ୍ୟା ସମୟରେ କିସାନ ସାହିର ଜୈନିକ ମହିଳାଙ୍କ ଘରକୁ ନିଜ ଘରେ ସ୍ତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ଆଣିବି କହି ଘରୁ ବାହାରିଥିଲେ ଭାଗିରଥି କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକ ରାତିରେ ଅନେକ ଖୋଜା ଖୋଜି କରିବା ପରେ ତାଙ୍କୁ ପାଇ ନଥିଲେ । ଆଜି ଭୋର ସମୟରେ ଗାଁ ପାଖରେ ଥିବା ଜମିରେ ତାଙ୍କର ମୃତ ଶରୀର ଠାବ କରାଯାଇଥିଲା । ତେବେ ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଜନୈକା ମହିଳାଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଥାନାରେ ଅଭିଯୋଗ ହୋଇଥଲା । ଘଟଣାର ଲିଖିତ ଅଭିଯୋଗ ପାଇ ହରିଚନ୍ଦନପୁର ପୋଲିସ ଟିମ, ଘଟଗାଁର ଏସଡିପିଓ ବିଜୟ ମହାପାତ୍ର, ଥାନାଧିକାରିଣୀ ମିତାଲି ମଧୁମିତା ବିଶ୍ୱାଳ, ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତଦନ୍ତ ଶେଷ ପରେ ପ୍ରକୃତ ରହସ୍ୟ ଓ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତଦନ୍ତକୁ ଯୋରଦାର କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ


 rajesh pande