
ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ଏଲପିଜି ସଙ୍କଟ
ସମୟରେ ବିକଳ୍ପ ବ୍ୟବସ୍ଥା ଭାବେ ଲୋକଙ୍କୁ ପର୍ଯ୍ୟାପ୍ତ ଜାଳେଣି କାଠ ଯୋଗାଇ ଦିଅନ୍ତୁ ସରକାର
ଦାବି କଲା ବିଜେଡି । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ସଙ୍କଟ ନେଇ
ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ଟିମ ଇଣ୍ଡିଆ ହୋଇ କାମ କରିବାକୁ, ଏହା ସ୍ୱାଭାବିକ । ସଙ୍କଟ ସମୟରେ ସବୁ ଏକ ହୋଇ
ଠିଆ ହୁଅନ୍ତି । କଣ ଦରଦାମ ଉପରେ ନିୟନ୍ତ୍ରଣ ଆସିଲା କି? ମନ୍ତ୍ରୀ
ଯଦି କହୁଛନ୍ତି ଦୁଇ ମାସ ଯାଏଁ ଏଲପିଜି ମହାଜୁଦ ଅଛି, ତେବେ ଲୋକେ
ଲାଇନରେ କାହିଁକି ଲୋକ ଠିଆ ହେଉଛନ୍ତି? ଆଗ ଓଡ଼ିଶାର ଅସଲ ସ୍ଥିତି
କୁହନ୍ତୁ ସରକାର । ପରବର୍ତୀ ସମୟର ବିକଳ୍ପ କଣ, ତାହା ସରକାର ଜଣାନ୍ତୁ
। ଆଗରୁ ନିସ୍ତାର ସେସ ଦିଆଯାଉଥିଲା । ପାହାଡିଆ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ,
ଜାଳେଣି କାଠ ଯୋଗାଇ ଦିଆଯାଉଥିଲା । ତାହା ଏବେ ଯୋଗାଇବାକୁ ସୁନିଶ୍ଚିତ କରନ୍ତୁ
ସରକାର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା