ବ୍ରହ୍ମବରଦା ଥାନା ହାଜତରୁ ଚୋର ଚମ୍ପଟ୍ ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ମୋଟ ୪ଜଣ କୋର୍ଟ ଚାଲାଣ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର
ଧର୍ମଶାଳା,୩୦ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ହାଜତ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ଅଭିଯୁକ୍ତ ଚମ୍ପଟ ମାରି ଥିଲା । ଯାହାକୁ ନେଇ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଥିଲା । ଘଟଣାର ୨୪ ପୂର୍ବରୁ ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନ
ବ୍ରହ୍ମବରଦା ଥାନା ହାଜତରୁ ଚୋର ଚମ୍ପଟ୍ ଘଟଣା


ଧର୍ମଶାଳା,୩୦ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ହାଜତ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ଅଭିଯୁକ୍ତ ଚମ୍ପଟ ମାରି ଥିଲା । ଯାହାକୁ ନେଇ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଥିଲା । ଘଟଣାର ୨୪ ପୂର୍ବରୁ ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଯାଜପୁର ରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ଆଉ କହାର ସମ୍ପୃକ୍ତ ଅଛି ତାହା ତଦନ୍ତ ଜାରି ରହିଛି ବୋଲି ଏଓଡିପିଓ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ୩ଟି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ଚାନ୍ଦମୋହିନୀ ଗ୍ରାମର ଅଶୋକ ବେହେରାଙ୍କ ପୁଅ ଆଶିଷ ଓରଫ ସୋନୁ(୨୩),ସୋନୁକୁ ଫେରାର କରାଇବା ଅଭିଯୋଗରେ ସୋନୁର ପିତା ଅଶୋକ ବେହେରା(୫୦) ଓ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ କୁଣ୍ଡପାଟଣା ଗ୍ରାମର ପବନ ସାହୁଙ୍କ ପୁଅ ରଶ୍ମି ରଂଜନ ସାହୁ(୩୦) ଓ ଲକ୍ଷ୍ମୀଧର ଦାସଙ୍କ ପୁଅ ଜୟଦେବ (୩୦)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ୨ଟି ଫ୍ୟାନ୍,ଗୋଟିଏ କଳା ରଂଗର ହିରୋ ସ୍ପେଣ୍ଡର ବାଇକ୍( ଓଡି୦୪ଏସ୍୦୭୭୯)୩ଟି ମୋବାଇଲ ସେଟ୍ ,ଗୋଟିଏ ସାମସଙ୍ଗ କମ୍ପାନୀର ଟ୍ୟାବଲେଟ୍ ଓ ଗ୍ରୋସରୀ ସାମଗ୍ରୀ ଜବତ କରିଛି । ଏହି ଘଟଣାକୁ ନେଇ ଥାନାରେ କେସ୍ ନଂ ୨୩୨ା୨୦୨୫ ରେ ଅଭିଯୋଗକାରିଣୀ କୁଣ୍ଡପାଟଣା ସିଏଚ୍ସିର ଡାକ୍ତର ରଶ୍ମିତା ସାହୁ ,ବାଇକ୍ ଚୋରି ଘଟଣାରେ କେସ୍ ନଂ ୫୮ା୨୦୨୬ରେ ବ୍ରହ୍ମବରଦା ଗ୍ରାମର ଚିନ୍ମୟ ରାଉତ ଓ କେସ୍ ନଂ ୫୯ା୨୦୨୬ରେ ଥାନା ପକ୍ଷରୁ ମାମଲା ରୁଜୁ ହୋଇଥିବା ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନା ଥାଉକି,ଗତ ସେପ୍ଟେମ୍ବର ମାସ ୨୭ା୯ା୨୦୨୫ ମସିହାରେ ରାଉତରାପୁର ପଂଚାୟତ ଅନ୍ତର୍ଗତ କୁଣ୍ଡପାଟଣାସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଭିନ୍ନ ଦୈଦୁତିକ ଓ ମେଡିକାଲର ଅତ୍ୟାବଶ୍ୟକୀୟ ସାରଞ୍ଜମ ଚୋରି ହୋଇ ଥିଲା । ଯାହାକୁ ନେଇ କୁଣ୍ଡପାଟଣାର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରଶ୍ମିତା ରାଉତ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ମାମଲରେ କେସ୍ ୨୩୨ା୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । କିଛି ଦିନ ପୂର୍ବରୁ ଏହି ଘଟଣାରେ ଜଡିତ ଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ କିଛି ଚୋରି ସାମଗ୍ରୀ ଜବତ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ସେହି ଦିନଠାରୁ ଫେରାର ଥିଲା । ତେବେ ଶନିବାର ଭୋର ସମୟରେ ଏକ ଚୋରି ମାମଲାରେ ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ଚାନ୍ଦମୋହିନୀ ଗ୍ରାମର ଅଶୋକ ବେହେରାଙ୍କ ପୁଅ ଆଶିଷ(୨୩)ଙ୍କୁ ବ୍ରହ୍ମବରଦା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରି ଥାନା ହାଜତରେ ରଖି ଥିଲା । ତେବେ ଶନିବାର ଭୋର ସମୟରେ ପୁଲିସ କର୍ମଚାରୀ ଶୋଇଥିବାର ସୁଯୋଗ ନେଇ ଆଶିଷ କୌଶଳ କ୍ରମେ ହାଜତ ଲକର ଓ ଗେଟର ତାଲା ଖୋଲି ଫେରାର ହୋଇ ଯାଇ ଥିଲା । ଆଶିଷ ପରେ ବ୍ରହ୍ମବରଦା ଗ୍ରାମ ଭତରକୁ ଚାଲି ଯାଇ ରାଜୀବ ରାଉତଙ୍କ ଏକ ହିରୋ ବାଇକ(ଓଡି୦୪ଏସ୍୦୭୭୯)ର ତାଲା ଭାଙ୍ଗି ଗାଡିକୁ ଷ୍ଟାଟ୍ କରି ନେଇ ପଳାଇ ଯାଇଥିଲେ । ତେବେ ଆଶିଷ ସାମନ୍ତରାପୁର ବ୍ରାହ୍ମଣୀ ନଦୀ ବନ୍ଧ ଉପରେ ଯାଉଥିବା ସମୟରେ ଦୃର୍ଘଟଣାର ସମ୍ମୁଖୀନ ହୋଇଥିଲା । ସେଠାରେ ୧୦୮ ଆମ୍ବୁଲାନ୍ସରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ପିତା ଅଶୋକ କଟକ ମେଡିକାଲକୁ ପୁଅକୁ ନେବାକୁ କହି ଅଟୋରେ ବସାଇ ନେଇ ଫେରାର ହୋଇ ଯାଇଥିଲା । ପୁଲିସ କର୍ମଚାରୀ କର୍ତବ୍ୟରେ ଅବହେଳା କରିଥିବା ନେଇ ଯାଜପୁର ଏସ୍ପି ୟଶ୍ ପ୍ରତାପ ଶ୍ରୀମଲ ଜଣେ ଏଏସ୍ଆଇ ଓ ଦୁଇ ଜଣ କନେଷ୍ଠବଳଙ୍କୁ ନିଳମ୍ବିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande