
ଭବାନୀପାଟଣା, ୩୦ ମାର୍ଚ୍ଚ (ହି.ସ) - ଆଜି ଭବାନୀପାଟଣା ବ୍ଲକ ସମ୍ମିଳନୀ କକ୍ଷ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ଜିଲ୍ଲା ଡାକସେବା ବିଭାଗ ତରଫରୁ ଭବାନୀପାଟଣା ବ୍ଲକ ର ଲକ୍ଷ୍ୟ ପତି ଦିଦି ମାନଙ୍କୁ ନେଇ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତିକରଣ,ସାଇବର ଅପରାଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ, କଳାହାଣ୍ଡି ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ-ଅଧିକ୍ଷକ ଡାକବିଭାଗ କଳାହାଣ୍ଡି ଏନ. ସଞ୍ଜୟ କୁମାର ଦୋରା, ଡି.ଓ.-ପି.ଏଲ.ଆଇ. ଅଭିଷେକ ପଣ୍ଡା,ଡିପିଏମ,ଓ ଏଲ୍ ଏମ୍ ଡଃ, ଚନ୍ଦନ ବେହେରା, ପ୍ରମୂଖ ଯୋଗଦେଇଥିଲେ। ସହକାରୀ ନିର୍ଦ୍ଦେଶକ ଶ୍ରୀ ମହାନନ୍ଦ ଆର୍ôଥକ ସାକ୍ଷରତା ଓ ସାଇବର ଅପରାଧ ଶିବିର ଆୟୋଜନର ଆଭିମୁଖ୍ୟ ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ । ଡାକସେବା ବିଭାଗର ଅଧିକାରୀମାନେ ଡାକବିଭାଗ ଦ୍ୱାରା ଉପଲବ୍ଧ ହେଉଥିବା ବିଭିନ୍ନ ଲାଭଜନ କ ଷ୍କିମ ଉପରେ ସୂଚନା ଦେଇ ଏହାର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନିଆଲ, ଆର୍ôଥକ ସାକ୍ଷରତା ଶିବିର ଆୟୋଜନ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ,ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ