

ଜୟପୁର,୩୦ ମାର୍ଚ୍ଚ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ରାଜମହଲ ପରିସରରେ ବିଏସ୍ଏଫ୍ ତରଫରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନି ସହ ଡଗ୍ ସୋ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ସୀମା ସୁରକ୍ଷା ବଳ ତଥା ବିଏସ୍ଏଫ୍ର ହୀରକ ଜୟନ୍ତୀ ପାଳନ(୦୧ ଡିସେମ୍ବର ୨୦୨୫ - ୦୧ ଡିସେମ୍ବର ୨୦୨୬) ଜାରି ରହିଛି।
ହିରକ୍ ଜୟନ୍ତୀ ପାଳନର ଏକ ଅଂଶ ଭାବରେ, ସୀମା ସୁରକ୍ଷା ବାହିନୀର ୬୦ ବର୍ଷର ଉତ୍ସର୍ଗୀକୃତ ସେବା, ତ୍ୟାଗ ଏବଂ ଶକ୍ତିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜୟପୁର ଠାରେ ଏକ ସାଧାରଣ ଲୋକଙ୍କ ସହିତ ଯୋଗାଯୋଗ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଏକ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ପ୍ରଦର୍ଶନୀ, କୁକୁର ପ୍ରଦର୍ଶନ ଏବଂ ନିରସ୍ୱ ଯୁଦ୍ଧ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ କି ଶତ୍ରୁଙ୍କ କବଳରୁ ସୀମା ସୁରକ୍ଷା ବଳ କିପରି ସୁରକ୍ଷା ଦେଇଛନ୍ତି ତା’ର ପ୍ରଦର୍ଶନ କରିଥିଲେ। ଯାହାକି ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ ବିଭିନ୍ନ ବର୍ଗର ଲୋକେ ବେଶ ଉପଭୋଗ କରିଥିଲେ। ଯାହାକି ଭାରତ କେ ବୀର’ର ତତ୍ୱାବଧାନରେ ପରିଚାଳିତ ହେଉଛି, ଯେଉଁଥିରେ ବିଏସ୍ଏଫ୍, ସିଆର୍ପିଏଫ୍, କୋବ୍ରା ଓ ସିଆଇଏସ୍ଏଫ୍ ୟୁନିଟ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଯେ କାର୍ଯ୍ୟକ୍ଷମ କ୍ଷମତା ପ୍ରଦର୍ଶନ କରିବା, ଜନସଚେତନତା ବୃଦ୍ଧି କରିବା ଏବଂ ନାଗରିକ-ସୁରକ୍ଷା ବଳ ସଂଯୋଗକୁ ବୃଦ୍ଧି କରିବା।
ଆୟୋଜିତ କାର୍ଯ୍ୟକ୍ରମରେ ଜବାନମାନେ ନିଜର କୌଶଳ ପ୍ରଦର୍ଶନ କରିବା ସହ କୁନି କୁନି ପିଲାମାନେ ଦେଶ ମାତୃକାର ବହ୍ନି ଭାରତ ମାତାଙ୍କ ସଙ୍ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହାସହ ଅନେକ ଯବାନ ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କୁ ପରିବାରକୁ ସମ୍ମାନିତ କରାଯାଇଥିଲା। ଭାରତ କେ ବୀର ହୀରକ ଜୟନ୍ତୀ ସମାରୋହ ଅବସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ବିଏସ୍ଏଫ୍ର ଡିଆଇଜି ସତ୍ୟବାନ ଖାନଚି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ଯୁବରାଜ ବିଶେଶ୍ୱର ଚନ୍ଦ୍ର ଚୁଡ଼ଦେବ, ଏସ୍ଡିପିଓ ଅର୍ଚ୍ଚିତା ମିତଲ ସହ ବେସାମରିକ ପ୍ରଶାସନର ଅଧିକାରି ଉପସ୍ଥିତ ଥିଲେ। ଏଠାରେ ଡିଆଇଜି ଉପସ୍ଥିତ ରହି ସହଦଙ୍କ ପରିବାର ବର୍ଗଙ୍କୁ ସେମାନଙ୍କ ମହାନ ବଳିଦାନ ପାଇଁ ହୃଦୟର ସହ କୃତଜ୍ଞତା ଜଣାଇଥିଲେ। ମାଓବାଦୀ ବିରୁଦ୍ଧରେ ଲଢ଼େଇରେ ପ୍ରାଣବଳି ଦେଇଥିବା ସାହାସୀ ସୌନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସହିଦଙ୍କ ପରିବାରରୁ ସେମାନଙ୍କ ସବୋଚ୍ଚ ବଳିଦାନ ଏବଂ ଅଟଳ ସାହାସର ସ୍ୱୀକୃତି ସ୍ୱରୁପ ସମ୍ମାନିତ କରାଯାଇଥିଲା। ଏହି କାଯ୍ୟକ୍ରମରେ ସୁରକ୍ଷା ବାହିନୀର ବୃତି ଗତ ଏବଂ କ୍ଷମତାକୁ ଉଜ୍ୱଳ କରି ବିଭିନ୍ନ ଆକର୍ଷଣୀୟ ପ୍ରଦର୍ଶନ ଏବଂ କାଯ୍ୟକଳାପ ପ୍ରଦର୍ଶିତ ହୋଇଥିଲା। ବିଏସ୍ଏଫ୍ କୁକୁର ପ୍ରଦର୍ଶନ ଏବଂ ଅସ୍ତ୍ର ପ୍ରଦର୍ଶନୀ, ସିଆର୍ଏଫ୍ ନିରସ୍ତ୍ର ଯୁଦ୍ଧ ପ୍ରଦର୍ଶନ, ଅଗ୍ନି ନିରାପତା ପ୍ରଦର୍ଶନ ଏବଂ କୁକୁର ସ୍କ୍ୱାର୍ଡ ପ୍ରଦର୍ଶନୀ, ଦେଶପ୍ରେମ ଭାବନା ଏବଂ ଜାତୀୟ ଗବକୁ ପ୍ରତିଫଳିତ କରୁଥିବା ସାଂସ୍କୁତିକ କାଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାଯ୍ୟକ୍ରମର ଲକ୍ଷ୍ୟ ସୁରକ୍ଷା ବାହିନି ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମ୍ପର୍କ ସଦୃଢ଼ କରିବା ସହିତ ଯୁବ ପିଢିକୁ ଦେଶ ପ୍ରେମ, ଶୃଙ୍ଖଳା ଏବଂ ଜାତୀୟ ସେବା ପ୍ରତି ଅନୁପ୍ରାଣିତ କରିବା। ଏହି ପ୍ରଦର୍ଶନିର୍ ବିଦ୍ୟାଳୟ ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି