
ଭଦ୍ରକ, ୩୦ ମାର୍ଚ୍ଚ (ହି.ସ.) - ୧୮୮୧ମସିହା ମାର୍ଚ୍ଚ ୨୮ ତାରିଖରେ ଇଂରେଜମାନେ ଚାନ୍ଦବାଲି ନଦୀ ବନ୍ଦରକୁ ସରକାରୀ ସ୍ୱୀକୃତି ଦେଇଥିଲେ। ଉଭୟ ଯାତ୍ରୀ ଓ ମାଲ ପରିବହନ ଏବଂ କଲିକତା ସହିତ ଓଡିଶାକୁ ଯୋଡିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେତେକ କାରଣ ପାଇଁ ୧୯୬୨ ମସିହାରେ ଏହା ବନ୍ଦ ହୋଇ ଯାଇଥିଲା। ଚାନ୍ଦବାଲି ବନ୍ଦର ପ୍ରତିଷ୍ଠା ଦିବସ ମତୋ ଗ୍ରାମ ପଂଚାୟତ ସଭାଗୃହ ପରିସରରେ ଶିକ୍ଷାବିତ୍ ସାଧୁ ଚରଣ ନାୟକଙ୍କ ଅଧ୍ୟକ୍ଷତା ଓ ଅଶୋକ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଅଂଚଳର ବିକାଶ ପାଇଁ ବନ୍ଦରର ପୁନରୁଦ୍ଧାର ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ମୁଖ୍ୟଅତିଥି ଭାବେ ମତୋ ଯୁକ୍ତ ତିନ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ବିଶ୍ୱାଳ, ମୁଖ୍୍ୟବକ୍ତା ଭାବରେ ସାହିତ୍୍ୟକ ପ୍ରଫୁଲ୍ଲ କୁମାର ଦାସ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ରଣା, ଶ୍ରମିକ ନେତା ବ୍ରହ୍ମାନନ୍ଦ ପରିଡା, ଅବସରପ୍ରାପ୍ତ ସେନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବାମପନ୍ଥୀ ନେତା ବେଣୁଧର ନାୟକ, ପ୍ରାକ୍ତନ ଏବିଇଓ ଜୟକୃଷ୍ଣ ନାୟକ, କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବର ସହ ଆୟୋଜକ ମଙ୍ଗୁଳି ଚରଣ ବେହେରା, ସାମାଜିକ କର୍ମୀ ସୁକାନ୍ତ କୁମାର ଦାଶ ପ୍ରମୁଖ ବନ୍ଦରର ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ନବଘନ ସାମଲ, କବି ମନୋଜ ଭଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଜନ ସୁନ୍ଦର ସେଠୀ, ପ୍ରଶାନ୍ତ ପାଣିଗ୍ରାହୀ, ନିମାଇଁ ଚରଣ ଦାସ, ପ୍ରଶାନ୍ତ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ପରମେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ