ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଗତି ଉତ୍ସବ
ଚମ୍ପୁଆ, ୩୦ ମାର୍ଚ୍ଚ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୨ଟି ପର୍ଯ୍ୟାୟରେ ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପର୍ଯ୍ୟାୟରେ ୧ମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ୨୦୨୫-୨୬ ମସିହାର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି
ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଗତି ଉତ୍ସବ


ଚମ୍ପୁଆ, ୩୦ ମାର୍ଚ୍ଚ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୨ଟି ପର୍ଯ୍ୟାୟରେ ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପର୍ଯ୍ୟାୟରେ ୧ମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ୨୦୨୫-୨୬ ମସିହାର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧୀଶ, ବାରିପଦା ଚନ୍ଦ୍ରଭାନୁ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାର ସହିତ ଅଧ୍ୟୟନ କଲେ ସଫଳତା ମିଳିପାରିବ ବୋଲି ପ୍ରେରଣା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ମୋନାଲିସା ରାଉତ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଭିମୁଖ୍ୟ କଥନ କରିଥିଲେ । ଆଚାର୍ଯ୍ୟ ସରୋଜ କୁମାର ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଚିତରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପରୀକ୍ଷା ପ୍ରମୁଖ ତୋଫାନ ଦାସ ବାର୍ଷିକ ପରୀକ୍ଷା ବିବରଣୀ ପାଠ କରିଥିଲେ । ସେହିପରି ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ନାୟକ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଭୋଳାନାଥ ମିଶ୍ର, ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଦି ମଂଚାସୀନ ଥିଲେ । ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସୁନାରିକ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇପାରିବେ ବୋଲି କହିଥିଲେ । ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରୀକ୍ଷା ପ୍ରମୁଖ ସୁଶାନ୍ତ କୁମାର ଗିରି ପରୀକ୍ଷା ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତଥା ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande