ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୩୦ ମାର୍ଚ୍ଚ(ହି.ସ.) – ଆଳି ସେବାକେନ୍ଦ୍ର ଆନୁକୁଲ୍ୟରେ ଅରଗଳ ଗ୍ରାମରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରଖାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ଅରଗଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ରାସ୍ତା ସଫାଇ କରାଯାଇଥିଲା। ତତ୍ସହିତ ଗାଁ ରାସ୍ତାରେ ଥିବା ଅନେକ ଖାଲଗୁଡିକରେ ମାଟି ପକାଇ ସମତୁଲ କ
---------------ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୩୦ ମାର୍ଚ୍ଚ(ହି.ସ.) – ଆଳି ସେବାକେନ୍ଦ୍ର ଆନୁକୁଲ୍ୟରେ ଅରଗଳ ଗ୍ରାମରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରଖାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ଅରଗଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ରାସ୍ତା ସଫାଇ କରାଯାଇଥିଲା। ତତ୍ସହିତ ଗାଁ ରାସ୍ତାରେ ଥିବା ଅନେକ ଖାଲଗୁଡିକରେ ମାଟି ପକାଇ ସମତୁଲ କରାଯାଇଥିଲା। ଆଳି ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ସଂଯୁକ୍ତା ଭଉଣୀଙ୍କ ତତ୍ୱାବଧାନରେ ପଚାଶ ଜଣ ବ୍ରହ୍ମା କୁମାର- କୁମାରୀ ଭାଇ ଓ ଭଉଣୀମାନଙ୍କର ସକାରାତ୍ମକ ସହଯୋଗ ଦ୍ୱାରା ଏହି ସେବା ସମ୍ପନ୍ନ ହୋଇଥିଲା ଗ୍ରାମର ଅନେକ ଯୁବାବର୍ଗ ମଧ୍ୟ ସ୍ୱ ଇଚ୍ଛାରେ ସହଯୋଗ ପ୍ରଦାନ କରିଥିଲେ। ବ୍ରହ୍ମା କୁମାରୀ ଦ୍ୱାରା ସମାଜର ଏହି ପରିମଳ ବ୍ୟବସ୍ଥାକୁ ଦେଖି ଗ୍ରାମବାସୀମାନେ ଭୂରି ଭୂରି ପ୍ରଶଂସା କରିବା ସହ ସେମାନଙ୍କ ମନରେ ଏକ ନୂତନ ପ୍ରେରଣା ସୃଷ୍ଟି କରାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ର.କୁ ସ୍ୱର୍ଣ୍ଣ, ଅନିତା, ମାମା,ନୀତି, ବନ୍ଦନା, ଲିଲି, ସଙ୍ଗୀତା, ଶ୍ରଦ୍ଧା, ପୂର୍ବତନ ସମିତି ସଭ୍ୟା ସନ୍ଧ୍ୟାରାଣୀ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗର ଏ.ଏସ୍.ଆଇ ସୁନୀଲ କୁମାର ମିଶ୍ର, ନଟବର ମଲ୍ଲିକ, ଉମେଶ ଦାସ, ନବୀନ ନାୟକ, କୈଳାସ କୁଅଁର, ପୂର୍ଣ୍ଣଚନ୍ଦ୍ର ଗାହାଣ, ନିତ୍ୟାନନ୍ଦ କୁଅଁର, ସାଧୁ ଦାସ, ଲକ୍ଷ୍ମଣ ସାମଲ, ସର୍ବେଶ୍ୱର ସୁତାର, ରିତେଶ ଜେନା, ରାଜେନ୍ଦ୍ର ଜେନା, ପିଂଟୁ ମଲିକ୍ଙ୍କ ସମେତ ଆଶ୍ରମର ମାଆମାନେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande