
କେନ୍ଦ୍ରାପଡ଼ା,୩୦ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାରା ଓଡିଶାରେ ଏହି ଅଭାବି ଲୋକମାନଙ୍କ ପାଖରେ ପହଂଚି ବସ୍ତ୍ର ବଣ୍ଟନ କାର୍ୟ୍ୟକ୍ରମ କରିଥାଏ। ଏ ବର୍ଷ ବାରିପଦା ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ଗ୍ରାମପଂଚାୟତ ର ପର୍ୟ୍ୟଟନ ସ୍ଥାନ ବ୍ରାହ୍ମଣକୁଣ୍ଡ ନିକଟରେ ବସ୍ତ୍ର ବଂଟନ କାର୍ୟ୍ୟକ୍ରମ ହୋଇଥିଲା। ଖବର ପାଇବା ମାତ୍ରେ ଗ୍ରାମର ବହୁ ବୃଦ୍ଧ ଓ ବୃଦ୍ଧା, ଛୋଟ ପିଲା ଏବଂ ସ୍ତ୍ରୀ ଲୋକମାନଙ୍କର ଭିଡ଼ ଲାଗିଥିଲା। ସମସ୍ତେ ଅତି ଆନନ୍ଦ ରେ ବସ୍ତ୍ର ନେଇ ନିଜର ଆବଶ୍ୟକତା ପୂରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଜୋତିଷ ଗୌରାଙ୍ଗ ନାୟକ, ଟ୍ରଷ୍ଟ ର ବାରିପଦା ପ୍ରତିନିଧି ରାକେଶ ବଳ, ତପନ କୁମାର ନାଥ, ଦେବେନ୍ଦ୍ର ନାୟକ ଓ ହୃଷିକେଶ ମହାନ୍ତି ସାମିଲ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି