ମଦ୍ୟପ ଚାଳକ ଉପରେ ପୁଲିସ ଓ ପରିବହନ ବିଭାଗର ଚଢାଉ, ୪ ବାଇକ ଜବତ, ୪ମାମଲା ରୁଜ୍ଜୁ
କୋରେଇ, ୩୦ ମାର୍ଚ୍ଚ (ହି.ସ.) - ଯାଜପୁର ପରିବହନ ବିଭାଗ ଓ ପାଣିକୋଇଲି ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥନରେ ମଦ୍ୟପ ଚାଳକଙ୍କ ଉପରେ ଚଢାଉ କରାଯାଇଛି । ପାଣିକୋଇଲି ଓଭରବ୍ରିଜ ଆରମ୍ଭ ସର୍ଭିସ ରୋଡ, ସଠିପୁର, ହାଯସାହି ଛକ ରେ ଯାଂଚ କରାଯାଇଥିଲା । ନିୟମିତ ଯାଂଚ ସମୟରେ ବହୁ ମଦ୍ୟପ ଚାଳକ ଧରାପ
ମଦ୍ୟପ ଚାଳକ ଉପରେ ପୁଲିସ ଓ ପରିବହନ ବିଭାଗର ଚଢାଉ, ୪ ବାଇକ ଜବତ, ୪ମାମଲା ରୁଜ୍ଜୁ


କୋରେଇ, ୩୦ ମାର୍ଚ୍ଚ (ହି.ସ.) - ଯାଜପୁର ପରିବହନ ବିଭାଗ ଓ ପାଣିକୋଇଲି ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥନରେ ମଦ୍ୟପ ଚାଳକଙ୍କ ଉପରେ ଚଢାଉ କରାଯାଇଛି । ପାଣିକୋଇଲି ଓଭରବ୍ରିଜ ଆରମ୍ଭ ସର୍ଭିସ ରୋଡ, ସଠିପୁର, ହାଯସାହି ଛକ ରେ ଯାଂଚ କରାଯାଇଥିଲା । ନିୟମିତ ଯାଂଚ ସମୟରେ ବହୁ ମଦ୍ୟପ ଚାଳକ ଧରାପଡୁଥିବା ବେଳେ ରାତ୍ରୀ ଯାଂଚ ସମୟରେ ୫ ବାଇକ ଚାଳକ ମଦ୍ୟପ ଥିବାରୁ ସେମାଡ଼ଙ୍କୁ ଧରି ଥାନାକୁ ଆଣିଥିଲେ । ଏନେଇ ୫ଟି ମାମଲା ରୁଜ୍ଜୁ କରିବା ସହ ବାଇକ ଗୁଡିକୁ ଜବତ ତଦନ୍ତ ଜାରି ରହିଛି । ମଦ୍ୟପ ହେଲେ ପାଣିକୋଇଲି ଥାନା ତଣ୍ଡରା ଗ୍ରାମର ଜଗନ୍ନାଥ ବେହେରା (୪୨), ବଜରପଡା ଗ୍ରାମର ନିରଂଜନ ସାମଲ (୫୪), ସଠିପୁରର ନିରଂଜନ ତରେଇ (୩୫), ବ୍ରଜନଗରର ସଂଜିତ ମଲିକ(୨୫) । ଏହି ଚଢାଉରେ ସବଇନ୍ସପେକ୍ଟର ମିନତୀ େବେହରା,ଏଏସଆଇ ସେମାନାଥ ରାଉତ, ନିର୍ମଳ ଚୌଧୁରୀ ଓ ପରିବହନ ଅଧିକାରୀ ରାଜେଶ ମଂଗରାଜ ସଦଳବଳେ ଏହି ଚଢାଉ କରିଥିଲେ । ଏନେଇ ୫ ମାମଲା ୧୦୫/୨୬, ୧୦୬/୨୬, ୧୦୭/୨୬, ଓ ୧୦୮/୨୬ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande