
ଜୟପୁର,୩୦ ମାର୍ଚ୍ଚ(ହି.ସ.) – ଜୟପୁର ସହରର ଐତିହାସିକ ଜଗନ୍ନାଥ ସାଗର ପାରିପାର୍ଶ୍ୱିକ ଉନ୍ନତୀକରଣ ନିର୍ମାଣ କାର୍ଯ୍ୟ ପାଇଁ ଆଜି ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱରର ଏକ ନିର୍ମାଣକାରୀ ଘରୋଇ ସଂସ୍ଥାକୁ ସର୍ଭେ ସହିତ ବ୍ୟୟ ଅଟକଳ କରାଯାଇ ଏକି ରିପୋର୍ଟ ପ୍ରଦାନ ନେଇ ଦାୟୀତ୍ୱ ପ୍ରଦାନ କରାଯାଇଛି। ଏହି ସଂସ୍ଥାର ଦୁଇଜଣିଆ ଦଳ ସହିତ ପୌରସଂସ୍ଥାର କନିଷ୍ଠ ଯନ୍ତ୍ରୀ ହେମନ୍ତ ପଣ୍ଡା, ୱାର୍କ ସରକାର ଦେବ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସର୍ଭେରେ ସାଗରର ସୁରକ୍ଷା ପାଇଁ ଲୁହା ପାଇପ ପାଚେରୀ, ଗଛ ରୋପଣ ଏବଂ ଅନ୍ୟାନ୍ୟ ନିର୍ମାଣ କରାଯିବା ନେଇ ଅଟକଳ କରାଯାଇଛି। ଅଳ୍ପ ବ୍ୟୟ ଅଟକଳ ଏବଂ କମ ରକ୍ଷଣଓବେକ୍ଷଣ ଓ ସୁରକ୍ଷିତ ନେଇ ଅଧିକ ଧ୍ୟାନ ଦିଆଯାଇ ଏହି ସର୍ଭେ ଓ ଅଟକଳ କରାଯାଇଥିବା ପୌର ଯନ୍ତ୍ରୀ ଅଜୟ ଜାନୀ ପ୍ରକାଶ କରିଛନ୍ତି। ଜୟପୁର ଜଗନ୍ନାଥ ସାଗରର ଖନନ, ମାଟି ଉତୋଳନ ଏବଂ ସଫେଇ ପାଇଁ ୧୬ କୋଟି ଟଙ୍କାର ବଜେଟ କରାଯାଇଥିବା ବେଳେ ପାରିପାର୍ଶ୍ୱିକ ଉନ୍ନତୀ ଓ ନିର୍ମାଣ ବାବଦକୁ ହିନ୍ଦୁସ୍ଥାନ ଏରୋନାଟିକ ଲିମିଟେଡ (ହାଲ୍) ପକ୍ଷରୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି