କବରାପାଲି ରାମଲୀଲା ଆରମ୍ଭ
କବରାପାଲି ରାମଲୀଲା ଆରମ୍ଭ
କବରାପାଲି ରାମଲୀଲା ଆରମ୍ଭ


ସମ୍ବଲପୁର,୩୦, ମାର୍ଚ୍ଚ (ହି.ସ.) - ଚୈତ୍ର ନବମୀ ଠାରୁ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ଅନ୍ତର୍ଗତ କବରାପାଲି ଠାରେ ୭୮ ତମ ରାମନବମୀ ଉତ୍ସବ ଅବସରରେ ରବିବାର ରାତିରୁ ରାମଲୀଲା ନାଟକ ଆରମ୍ଭ ହୋଇଯାଇଛି । ୧୯୪୮ ମସିହାରୁ କବରାପାଲି ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ବର୍ଷ ହେବ ରାମଲୀଲା ନାଟକ ଆୟୋଜନ ହୋଇ ଆସୁଛି । ମଧ୍ୟରାତ୍ରରେ ଆୟୋଜିତ ହେଉଥିବା ରାମ ଲୀଲା ନାଟକର ପ୍ରଥମ ଦିନରେ ଶ୍ରୀରାମ ଜନ୍ମ ପ୍ରସଙ୍ଗ ମଂଚସ୍ଥ ହୋଇଥିଲା । ଲୀଲା ନାଟକର ପରମ୍ପରାକୁ ଆଜି ପର୍ଯ୍ୟନ୍ତ ପରମ୍ପରା ଅନୁସାରେ ଆୟୋଜନ କରାଯାଉଥିବା ବେଲେ ଏବେବି ଏହାର ଆକର୍ଷଣ ରହିଥିବା ଆୟୋଜକ କହିଛନ୍ତି । ପ୍ରଥମ ଦିନ ନାଟକରେ ଇନ୍ଦ୍ର ଭୂମିକାରେ ରଞ୍ଜନ ପ୍ରଧାନ, ବିଷ୍ଣୁ ଭୂମିକାରେ ହେମନ୍ତ ସାହୁ, ଲକ୍ଷ୍ମୀ ଭୂମିକାରେ ଭୁବନା ଭୋଇ, ସରସ୍ୱତୀ ଭୂମିକାରେ ଶ୍ରୀକାନ୍ତ ସାହୁ, ଦଶରଥ ଭୂମିକାରେ ଶରତ ସାହୁ, ବ୍ରହ୍ମା ଭୂମିକାରେ ଖୀରୋଦ ସାହୁ, ରାମ ଭୂମିକାରେ ପ୍ରବୀଣ ବାଗ, ଲକ୍ଷ୍ମଣ ଭୂମିକାରେ ସୌରଭ ଭୋଇ, ବଶିଷ୍ଟ ଭୂମିକାରେ ସଞ୍ଜୟ ବଢାଇ, ବିଶ୍ୱାମିତ୍ର ଭୂମିକାରେ ସୁରେନ୍ଦ୍ର ପ୍ରଧାନ ଅଭିନୟ କରିଥିଲେ । ସେହିପରି ପୁରାଣ ପାଠରେ ମନୋଜ ପ୍ରଧାନ, ଦିଲିପ ବଢାଇ, ସଞ୍ଜୟ ପ୍ରଧାନ ଦାୟିତ୍ୱ ତୁଳାଇଥିଲେ । ସାଜସଜ୍ଜାରେ କାହ୍ନୁଚରଣ ଜେନା, ଲବ ପ୍ରଧାନ ଏବଂ ପ୍ରସନ୍ନ ସାହୁ ସହଯୋଗ କରିଥିଲେ । ଦୀର୍ଘ ଏଗାର ଦିନ ଧରି ମହାପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତା ମନ୍ଦିର ବାହାର ମଣ୍ଡପରେ ରହି ଭକ୍ତ ମାନଙ୍କୁ ଦର୍ଶନ ଦେବାର ପରମ୍ପରା ଗାଁରେ ରହିଆସିଛି । ଏହି ସମୟରେ ମଣ୍ଡପରେ ପ୍ରତିଦିନ ରାମାୟଣ ପାଠ ସହିତ ସନ୍ଧ୍ୟାରେ ରାମଲୀଳା ନାଟକ ଆୟୋଜନ କରାଯାଇଥାଏ । ଆସନ୍ତା ୫ ତାରିଖରେ ମଣ୍ଡପରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ପଣ୍ଡିତ ଅଶ୍ୱିନୀ ବିଶ୍ୱାଳ ଦିନବେଳା ପୁରାଣ ପାଠର ନେତୃତ୍ୱ ନେଉଥିବା ବେଳେ ସନ୍ତୋଷ ମିଶ୍ର ପୂଜା କାର୍ଯ୍ୟକ୍ରମରେ ପୌରହିତ୍ୟ କରୁଛନ୍ତି । ଏହି ସମୟରେ ଦୀର୍ଘ ଏଗାର ଦିନ ଧରି ଗାଁରେ ଆମିଷ ଭକ୍ଷଣ ସହିତ ନିଶା ଦ୍ରବ୍ୟ ସେବନ ବନ୍ଦ ରହିଥାଏ । ୧୧ ଦିନ ଧରି ଗ୍ରାମବାସୀ କଡାକଡି ଭାବେ ଏଭଳି ନିତିନିୟମ ପାଳନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟୀ କରିଥାନ୍ତି । ଏଗାର ଦିନ ଧରି କାର୍ଯ୍ୟକ୍ରମକୁ ଗାଁରୁ ଯୁବକ ମାନେ ବେଶ ଉତ୍ସାହର ସହ ଆୟୋଜନ କରିଥାନ୍ତି । ସୋମବାର ରାତିରେ ସୀତା ସ୍ୱୟଂବର ସହ ଶ୍ରୀରାମ ବିବାହ ଉତ୍ସବ ମଂଚସ୍ଥ ହେଉଛି । ରାମନବମୀ କମିଟିର ସଭାପତି ମହିମା ପ୍ରସାଦ ବଢାଇ, ଅଶ୍ୱ୍ୱିନୀ ବଢାଇ, ମନୋଜ ବଢାଇ, ସୁଦିପ୍ତ ସାହୁ, ମନୋଜ ବଢାଇ, ଅମରେଶ ସାହୁ, ଗୋବନ୍ଦ ସାହୁ, ବିପିନ ବଢାଇ, ସନ୍ଦିପ ସାହୁ ପ୍ରମୁଖଙ୍କ ସହ ବହୁ କର୍ମକର୍ତା ରାମନବମୀ ଆୟୋଜନରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande