କୁଣ୍ଡାପିଠା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ତୃତିୟ ଦିବସ
କେନ୍ଦୁଝର,୩୦ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା ଓ ସର୍ବଦେବମୟୀ ଗୋମାତାଙ୍କ ପୂଜା ସମାପନ କରି ଭାଗବତ ଗାଦି ପୂଜାର୍ଚ୍ଚନା କରି ଭଗବଦ୍ ଗୀତା, ଗୋପାଳ ସହସ୍ରନାମ ତଥା ହ
କୁଣ୍ଡାପିଠା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ତୃତିୟ ଦିବସ


କେନ୍ଦୁଝର,୩୦ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା ଓ ସର୍ବଦେବମୟୀ ଗୋମାତାଙ୍କ ପୂଜା ସମାପନ କରି ଭାଗବତ ଗାଦି ପୂଜାର୍ଚ୍ଚନା କରି ଭଗବଦ୍ ଗୀତା, ଗୋପାଳ ସହସ୍ରନାମ ତଥା ହନୁମାନ ଚାଳିଶା ପାଠ କରି ଭାଗବତ ଗାଦି ପୂଜାର୍ଚ୍ଚନା ପୂର୍ବକ ଭାଗବତ ପାରାୟଣ ଆରମ୍ଭ କରାଗଲା। ପଣ୍ଡିତ ଅଭିଜିତ୍ ପଣ୍ଡା, ଆଚାର୍ଯ୍ୟ ଦାଶରଥି ପ୍ରଧାନ, ରବୀନ୍ଦ୍ର ପାଢ଼ୀ,ପଣ୍ଡିତ ରାମନାରାୟଣ ଶର୍ମା, ଘଟଗାଁ ବ୍ଲକ ସଭାପତି ଜୟଦେବ ପଣ୍ଡା, ପଣ୍ଡିତ ସୂପୁନ ଶତପଥୀ ଭାଗବତ ପାରାୟଣ କରିଥିଲେ। ମୁଖ୍ୟ ଶ୍ରୋତା ନକୁଳଚନ୍ଦ୍ର ପଲେଇ ଓ ତାଙ୍କର ଧର୍ମପତ୍ନୀ ନିରୁପମା କବି, ପଦ୍ମନାଭ ପଲେଇ ଓ ତାଙ୍କର ଧର୍ମପତ୍ନୀ ଯଶୋଦା ପଲେଇ ଏବଂ ରାଜୁ ପଲେଇ ଓ ତାଙ୍କର ଧର୍ମପତ୍ନୀ ଲିଜା ପଲେଇ, ଗ୍ରାମବାସୀ ବୃନ୍ଦ ତଥା ବ୍ଲକ ସ୍ତରୀୟ ଭାଗବତ ପ୍ରେମୀ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ଭାଗବତ ଶ୍ରବଣ କରିଥିଲେ। ଭାଗବତ ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ତୃତୀୟ ଦିବସ ପାରାୟଣର ବିଶ୍ରାମ ଦିଆଗଲା। ଅଜାମିଳ ଉପାଖ୍ୟାନ, ବିଶ୍ୱରୂପ ବଧ, ବୁତ୍ରାସୁର ଭଗବତ୍ ପ୍ରାପ୍ତି, ପ୍ରହ୍ଲାଦ ଚରିତ,ଗଜ ଉଦ୍ଧାର ଓ ସମୁଦ୍ର ମନ୍ଥନ ଆଦି ଚରିତକୁ ଉପସ୍ଥିତ ଭକ୍ତ ମାନେ ଧିର ସ୍ଥିର ଚିତରେ ଶ୍ରବଣ କରିଥିଲେ। ସନ୍ଧ୍ୟା ଆଳତି ପରେ ପାଟଣା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ପାର୍ଥ ସାରଥୀ ବେଜ ପଠିତ ଅଧ୍ୟାୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଉପସଭାପତି ରବିନାରାୟଣ ସିଂ, ହର୍ଷଚନ୍ଦ୍ର ସେଠୀ, ରବୀନ୍ଦ୍ର ପାଢ଼ୀ, ପ୍ରହ୍ଲାଦ ରଣା, ଶୁକଦେବ ନାୟକ, ଭାସ୍କର ଚନ୍ଦ୍ର ରଣା ଓ ଦୀନବନ୍ଧୁ ପାତ୍ର। ଏହି କାର୍ଯ୍ୟକ୍ରମରେ ବାବୁଲାଲ ପଲେଇ, ଗୁରୁଚରଣ ପଲେଇ, ଶିବପ୍ରସାଦ ମହାକୁଡ, ରାଜେନ୍ଦ୍ର ପଲେଇ, ଅର୍ଜୁନ ପଲେଇ, ପ୍ରଫୁଲ୍ଲ ପଲେଇ, ଲୋକନାଥ ପଇଦା ଓ ଭଜ ପଇଦା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande