ଲୋକକଳା ଗ୍ରାମ ବିରଲକ୍ଷ୍ମଣପୁରରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳନ
ମାଲକାନଗିରି, ୩୦ ମାର୍ଚ୍ଚ (ହି.ସ.)- ଲୋକକଳା ଗ୍ରାମ ବିରଲକ୍ଷ୍ମଣ ପୁର ଆମ୍ବତୋଟାରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ସଭାପତି ଅନାଦି କଡ଼ାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ନାଟ୍ୟଦିବସ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଠ ସାମ
ଲୋକକଳା ଗ୍ରାମ ବିରଲକ୍ଷ୍ମଣ ପୁର ରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳନ


ମାଲକାନଗିରି, ୩୦ ମାର୍ଚ୍ଚ (ହି.ସ.)- ଲୋକକଳା ଗ୍ରାମ ବିରଲକ୍ଷ୍ମଣ ପୁର ଆମ୍ବତୋଟାରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ସଭାପତି ଅନାଦି କଡ଼ାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ନାଟ୍ୟଦିବସ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ଓ ନାଟକ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଦେଶିଆ ନାଟ ଦ୍ୱାରା କଳା ସଂସ୍କୃତି ବଞ୍ଚିରହିଛି, ମଞ୍ଚ ନାଟକ ଦ୍ବାରା ଆବହମାନ କାଳରୁ ସମାଜ ପ୍ରଭାବିତ ହୋଇ ଆସିଛି, ସମାଜରେ ସୁଧାର ଆଣିବା ପାଇଁ ନାଟକର ପରମ୍ପରାକୁ ଉଜ୍ଜୀବିତ କରିବାର ଆବଶ୍ୟକତା ରହିଛି, ବିଶ୍ବରେ ପ୍ରଚଳିତ ନାଟକର ଐତିହ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ।

ମୁଖ୍ୟଵକ୍ତା ଭାବେ ନାଟଗୁରୁ ଧନଫୁଲ ବାରିକ, ସମ୍ମାନୀତ ଅତିଥି ଭାବେ ନାଟଗୁରୁ ଭୀମସେନ ଖୁଡ଼ପିଆ, ନାଟ୍ୟକାର ଦାମ ଦରକଡ଼ା, ଅନ୍ୟତମ ଅତିଥି ଭାବେ ରାମଚନ୍ଦ୍ର ହନ୍ତାଳ, ଅନନ୍ତ ବର୍ଜା ଯୋଗ ଦେଇ ଦେଶିଆ ନାଟ ରେ ଥିବା ଆଦର୍ଶ, ନୀତି, ରୀତି ଓ ସମାଜିକ ମୂଲ୍ୟବୋଧ ସମ୍ପର୍କରେ ସୁନ୍ଦର ଏବଂ ସରଳ ଭାଷାରେ ପ୍ରାଞ୍ଜଳ ଭାବରେ ଉଦବୋଧନ ଦେଇ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ନାଟଗୁରୁ ଓ ଦେଶିଆ ନାଟ ଦଳର କଳାକାର ମାନେ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଲୋକ କଳା ଗ୍ରାମର ମହିଳା ମାନେ ସ୍ୱରଚିତ ଗୀତ କୁଡ଼ିଆ ଗାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande