

ମାଲକାନଗିରି,୩୦ ମାର୍ଚ୍ଚ (ହି.ସ.)
ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ଗଠନ ହୋଇଥିବା ମାଲ୍ୟବନ୍ତ କାର୍ଯ୍ୟରତ ସାମ୍ବାଦିକ ସଂଘର କାଯ୍ୟାଳୟ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଦ୍ୱାରା ଗତକାଲି ଉଦଘାଟିତ ହୋଇ ଯାଇଛିା ପରେ ସଂଘର ସଭାପତି ସୀମାଞ୍ଚଳ ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ସାଧାରଣ ଅଧିବେସନ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପୂର୍ବତନ ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ଜିଲ୍ଲା ବ୍ୟବସାୟ ସଂଗଠନ ସଭାପତି ସୁରେଶ କୁମାର ସୋମାନୀ, ମାଲକାନଗିରି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଭାପତି ଦେବ ପ୍ରସାଦ ଦାସ, ମଂଚାସୀନ ଥିଲୋ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଙ୍କ ଦ୍ୱାରା ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜଳନ କରା ଯାଇଥିଲା!ଅତିଥିମାନେ ନିଜ ନିଜ ଅଭିଭାଷଣରେ ଦେଶ ସ୍ୱାଧୀନ ହେବାଠାରୁ ଆଜି ପର୍ଯ୍ୟନ୍ତ ଗଣମାଧ୍ୟମର ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ଦେବା ସହ ଦେଶ, ରାଜ୍ୟ ଓ ଜିଲ୍ଲାର ପ୍ରଗତିରେ ଟିକିନିଖି ଖବର ପ୍ରକାଶ କରି ଜିଲ୍ଲା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତିା ମାଲକାନଗିରି ଜିଲ୍ଲାର ଏହି ସଂଗଠନ ଆଗାମୀ ଦିନରେ ଚତୁର୍ଥ ସ୍ତମ୍ଭର ଦାୟିତ୍ୱ ଏବଂ ଗୁରୁତ୍ୱ ଉପଲବ୍ଧି କରି ନିରପେକ୍ଷ ଖବର ପରିବେଷଣ କଲେ ଜିଲ୍ଲା ଆଗାମୀ ଦିନରେ ପ୍ରଗତି ପଥରେ ଆଗେଇବ । ଏହା ଏକ ସ୍ୱୀକୃତିପ୍ରାପ୍ତ ସଂଘ ହୋଇଥିବାରୁ ପ୍ରଶାସନ ଏବଂ ସଂଘ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ସମାଧାନରେ ପ୍ରମୁଖ ଭୁମିକା ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଧ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ବିଭିନ୍ନ ଅନୁଷ୍ଠାନର ୨୦୦ରୁ ଉର୍ଧ ବୁଦ୍ଧିଜୀବି ଅଂଶଗ୍ରହଣ କରିଥିଲୋ ନୂତନ ସଦସ୍ୟ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଛ ଏବଂ ଉତରୀୟ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଘର କୋଷାଧ୍ୟ କ୍ଷ ସତ୍ୟନାରାୟଣ ଦାସ, ଉପଦେଷ୍ଟା ଦୁର୍ଯ୍ୟୋଧନ ପାତ୍ର, ଉପସଭାପତି ସୁଶାନ୍ତ କୁମାର ସାମଲ, ଯୁଗ୍ମ ସମ୍ପାଦକ ଅପୂର୍ବ ଥଣ୍ଡର, କାର୍ଯ୍ୟାଳୟ ସମ୍ପାଦକ ବସନ୍ତ କୁମାର ଜେନା, ଅନିଲ କୁମାର ମହାନ୍ତି, ରଶ୍ମିତା ଧନିଆ, ସୁଶାନ୍ତ କୁମାର ମଣ୍ଡଳ, ବଲାଇ ବାବାଲି, ସଞ୍ଜୟ ଅଧିକାରୀ , କଲ୍ୟାଣ ରାୟ, ସତ୍ୟନାରାୟଣ ଗୋଲରି, ଅବିନାଶ ମଣ୍ଡଳ, ମ୍ରିଗାଙ୍କ ମିସ୍ତ୍ରୀ, ଜଗଦିଶ ରାଓ, ସ୍ନେହା ମହାନ୍ତି, ପରିଚାଳନା କରିଥିବା ବେଳେ ସଂଘର ସମ୍ପାଦକ ତ୍ରିଲୋଚନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ