
କେନ୍ଦ୍ରାପଡ଼ା,୩୦ ମାର୍ଚ୍ଚ(ହି.ସ.) – ଚଣ୍ଡିଖୋଲ ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଚଣ୍ଡିଖୋଲ ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ସଂପ୍ରସାରଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ଜାତୀୟ ରାଜ ପଥର ଗାଡିର ସୁରକ୍ଷା ପାଇଁ ଉଭୟ ପାଶ୍ୱର୍ରେ ମୂଲ୍ୟବାନ କାଷ୍ଟ ଆଇରନର ବାଡ ଦିଆଯାଇ ଥାଏ। ଶନିବାର ରାତିରେ ପ୍ରାୟ ୧ କିମି ସାଇଡ ବାଡ ଓଲଡି ଓ ଅଁଳାବାଙ୍କରେ ଲଗା ଯାଇଥିବା ସାଇଡ ବାଡକୁ ଚୋରମାନେ ରବିବାର ବିଳମ୍ବିତ ରାତିରେ କାଟି ନେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡେରାବୀଶ ଥାନାରେ ଅଭିଯୋଗ ହୋଇଛି। ଗତ ମାସକ ତଳେ ଏହି ସ୍ଥାନରୁ ଚୋରମାନେ ସାଇଡ ବାଡ କାଟି ନେଇ ଯାଇଥିଲେ। ରାତ୍ର ସମୟରେ ଥାନା ଦ୍ୱାରା ଜାତୀୟ ରାଜପଥ ରେ ପେଟ୍ରୋଲିଂ ହେଉ ନଥିବାରୁ ଜାତୀୟ ରାଜପଥ ଲୁଟେରା ସକ୍ରୀୟ ହୋଇ ଚୋରୀ କରୁଥିବା ଅଭିଯୋଗ ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି