
କେନ୍ଦୁଝର, ୩୦ ମାର୍ଚ୍ଚ (ହି.ସ.) - ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଉପରରାଇଗୋଡ଼ା ପଂଚାୟତ ଅଧିନରେ ଥିବା ଅଁରା ଶ୍ରୀ ମେଟାଲିକ୍ ପ୍ଲାଂଟ ରାସ୍ତା ମରାମତି ହେଉ ନ ଥିବାରୁ ରାସ୍ତାଟିର ଅବସ୍ଥା ଦିନ କୁ ଦିନ ଶୋଚନୀୟ ହୋଇ ବିପଦ ଜନକ ଅବସ୍ଥା ରେ ପହଁଚି ଥିବାର ଜଣାପଡିଛି । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଉକ୍ତ ଅଁରା ଶ୍ରୀ ମେଟାଲିକ ପ୍ଲାଂଟ ରାସ୍ତାଟି ରାଇସୁଆଁ ଅଂଚଳ କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ରେ ଦୈନିକ ହାଇୱା, ଲାଇନ ଟ୍ରକ ସମେତ ଅନ୍ୟାନ୍ୟ ଛୋଟ ବଡ ଯାନ ଚଳା ଚଳ କରୁଥିଲେହେଁ ରାସ୍ତା ଟିର ମରାମତି କରାଯାଉ ନଥିବାରୁ ଉକ୍ତ ରାସ୍ତାଟି ଦିନକୁ ଦିନ କଦର୍ଯ୍ୟମୟ ହୋଇପଡିଛି. ଏବଂ ଉପର ଭାଗରେ ଏକ ପୋଲ ନିର୍ମାଣ କରାଯାଉ ଥିବା ଦୃଷ୍ଟିରୁ ଏହି ରାସ୍ତା ଟିର ନିର୍ମାଣ ନିତ୍ୟାନ୍ତ ଜରୁରୀ ହୋଇଥିଲେ ହେଁ ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ଦିଆ ଯାଉ ନଥିବାରୁ ଉକ୍ତ ଅଂଚଳ ସମେତ ଆଖ ପାଖ ଅଂଚଳର ଲୋକମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବାର ସ୍ଥାନୀୟ ଅଂଚଳ ଯୁବକ ପଙ୍କଜ ବାରିକ ଅଭିଯୋଗ କରିଥିବାର ଜଣା ପଡିଛି. ତେଣୁ ଉକ୍ତ ରାସ୍ତାଟି ର ନିର୍ମାଣ ପ୍ରତି ସରକାର ଦୃଷ୍ଟି ଦେବାକୁ ଦୃଢ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA