ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ ସମ୍ବଲପୁରର ସୁଜାତା ଭୂୟାଁ
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା ଭୂୟାଁ
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା ଭୂୟାଁ


ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା ଭୂୟାଁ


ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା ଭୂୟାଁ


ସମ୍ବଲପୁର,୩୦, ମାର୍ଚ୍ଚ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଷ୍ଠିତ ମନ୍ କି ବାତ୍ କାର୍ଯ୍ୟକ୍ରମ ସଂସ୍କରଣରେ ସମ୍ବଲପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ନେଇ ସ୍ଥାନ ପାଇବା ପରେ ଏହାକୁ ନେଇ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହା ସାରା ଦେଶରେ ଦୃଷ୍ଠାନ୍ତ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିଷ୍ଠିତ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ସୁଜାତାଙ୍କ ଉଦ୍ୟମ ଓ ସଫଳତା ସମ୍ପର୍କରେ ଆଲୋଚନା କରି ପ୍ରଶଂସା କରିଛନ୍ତି। ଏହା ପରେ ସ୍ଥାନୀୟ ମୋଦିପଡା ନିବାସୀ ସୁଜାତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଛି । ୨୦୨୨ ମସିହାରୁ ମାଛ ଚାଷ ଆରମ୍ଭ କରିଥିବା ସୁଜାତା ଆଜି କେବଳ ନିଜେ ସ୍ୱାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିଛନ୍ତି। ସୁଜାତା କହିଛନ୍ତି ଯେ, କେଜ କଲଚର ମାଧ୍ୟମରେ ସେ ଏହି ଚାଷ ଆରମ୍ଭ କରିଥିଲେ। ସରକାରଙ୍କ ତରଫରୁ ପ୍ରାୟ ୩୨ ଲକ୍ଷ ୪୦ ହଜାର ଟଙ୍କାର ସବସିଡି ସହାୟତା ତାଙ୍କୁ ଏହି ବ୍ୟବସାୟକୁ ଆଗକୁ ନେବାରେ ବହୁତ ସାହାଯ୍ୟ କରିଛି। ବର୍ତମାନ ସେ ବାର୍ଷିକ ୨୫ ରୁ ୩୦ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ ଏଥିରୁ ଲାଭ ଉପାର୍ଜ୍ଜନ କରୁଛନ୍ତି। ମୁଖ୍ୟତଃ ‘ତିଲାପିଆ’ କିସମର ମାଛ ଚାଷ କରୁଥିବା ବେଳେ ତାଙ୍କ ଉତ୍ପାଦିତ ମାଛ ରାୟପୁର, କୋଲକାତା ଓ ବାଙ୍ଗାଲୋର ଭଳି ବଡ଼ ସହରକୁ ରପ୍ତାନୀ ହେଉଛି। ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିବାରୁ ସେ ବହୁତ ଖୁସି ଅଛନ୍ତି ଏବଂ ଆଗକୁ ଏହି ବ୍ୟବସାୟକୁ ଆହୁରି ବଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ମହିଳା ମାନେ ସ୍ୱାବଲମ୍ବୀ ହ୍ୱୋ ପାଇଁ ଆଗେଇ ଆସିବା ଉଚିତ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande