ସାହିତ୍ୟ ଟୁଙ୍ଗିର ମାସିକ ସାହିତ୍ୟ ଆସର
ଜୟପୁର,୩୦ ମାର୍ଚ୍ଚ(ହି.ସ.) – ଜୟପୁର ପୂଜ୍ୟପୂଜା ସଂସଦ, ଜୟପୁରର ସଭାପତି ଉଦୟ ଶଙ୍କର ଜାନୀଙ୍କ ସଭାପତିତ୍ୱରେ ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ଲକ୍ଷଣ୍ମ ନାୟକ ଫାଶୀ ଦିବସ ଅବସରରେ ବିଭିନ୍ନ ଶିକ୍ଷନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଓ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଖ୍ୟାତ ସା
ସାହିତ୍ୟ ଟୁଙ୍ଗି ର ମାସିକ ସାହିତ୍ୟ ଆସର


ଜୟପୁର,୩୦ ମାର୍ଚ୍ଚ(ହି.ସ.) – ଜୟପୁର ପୂଜ୍ୟପୂଜା ସଂସଦ, ଜୟପୁରର ସଭାପତି ଉଦୟ ଶଙ୍କର ଜାନୀଙ୍କ ସଭାପତିତ୍ୱରେ ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ଲକ୍ଷଣ୍ମ ନାୟକ ଫାଶୀ ଦିବସ ଅବସରରେ ବିଭିନ୍ନ ଶିକ୍ଷନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଓ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଖ୍ୟାତ ସାହିତ୍ୟିକ ପ୍ରେମାନନ୍ଦ ଦାଶଙ୍କ ଲିଖିତ ଗଳ୍ପସଂକଳନ ‘ମାଟିରୁ ଆକାଶ'କୁ ସମୀକ୍ଷା କରିଥିଲେ ଏକମ୍ବା ଉଚ୍ଚବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ମିଶ୍ର। ସଂସଦର ଉପଦେଷ୍ଟା କେଦାରନାଥ ବେହେରା, ଉପସଭାପତି ତପନ କିରଣ ତ୍ରିପାଠୀ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସରକାରଙ୍କ ସେବାନିବୃତ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସ୍ୱର୍ଗତ ଦାସରଥି ନନ୍ଦ ସ୍ମୃତିଚାରଣ କରାଯାଇଥିଲା। ସଂସଦର ସଂପାଦକ ବୈରାଗୀ ଚରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସହ ସଂପାଦକ ମୃତ୍ୟୁଞ୍ଜୟ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande