ରେଢ଼ାଖୋଲ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ରେଢ଼ାଖୋଲ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ରେଢ଼ାଖୋଲ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୩୦, ମାର୍ଚ୍ଚ (ହି.ସ.) - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂଙ୍କ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଅଭିଯୋଗ ଶୁଣାଣିରେ ମୋଟ ୮୫ ଟି ଆବେଦନ ଗ୍ରହଣ କରାଯାଇ ଥିଲା । ସେଥି ମଧ୍ୟରୁ ୬୪ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୮ ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା । ଉକ୍ତ ଅଭିଯୋଗ ଶୁଣାଣୀ ଠାରେ ମାତ୍ର ଗୋଟିଏ ସମସ୍ୟାର ସମାଧାନ କରାଯାଇଥିଲା। ରେଡକ୍ରସ ଅଧୀନରେ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଏବଂ ସିଏମ୍ଆଏର୍ଫ ଅଧୀନରେ ୨ ଜଣ ବ୍ୟକ୍ତିଙ୍କୁ ସମୁଦାୟ ୪୦ ହଜାର ଟଙ୍କା ସହାୟତା ରାଶି ବାବଦରେ ପ୍ରଦାନ କରା ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande