ପାଜର ମାଗିବା ସମୟରେ ମହିଳା ଓ ଯୁବତିଙ୍କୁ ପୋଲିସ ର ମାଡ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସଡିପିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଜୟପୁର, ୩୦ ମାର୍ଚ୍ଚ (ହି.ସ.) - ପାଜର ମାଗିବା ସମୟରେ ପୋଲିସ ମହିଳା ଓ ଯୁବତି ମାନଙ୍କୁ ଗୋଡାଇ ଗୋଡାଇ ମାଡ ମରିଥିଲା । ଏହି ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଯେଉଁ ପୋଲିସ ଅଧିକାରି ଜଣକ ଗୋଡାଇ ଗୋଡାଇ ମାର ମରିଛନ୍ତି ସେହି ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି
ପାଜର ମାଗିବା ସମୟରେ ମହିଳା ଓ ଯୁବତିଙ୍କୁ ପୋଲିସ ର ମାଡ  କାଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ଏସଡିପିଓ ଙ୍କ  ଦ୍ୱାରସ୍ଥ ହେଲେ ଗ୍ରାମବାସୀ


ଜୟପୁର, ୩୦ ମାର୍ଚ୍ଚ (ହି.ସ.) - ପାଜର ମାଗିବା ସମୟରେ ପୋଲିସ ମହିଳା ଓ ଯୁବତି ମାନଙ୍କୁ ଗୋଡାଇ ଗୋଡାଇ ମାଡ ମରିଥିଲା । ଏହି ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଯେଉଁ ପୋଲିସ ଅଧିକାରି ଜଣକ ଗୋଡାଇ ଗୋଡାଇ ମାର ମରିଛନ୍ତି ସେହି ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଜୟପୁର ବ୍ଲକ ଆଧିବାସୀ ସଂଘ ସଭାପତି ଜିତେନ୍ଦ୍ର ନାୟକଙ୍କ ସମେତ ଗ୍ରାମବାସୀମାନେ ଆଜି ଏସଡିପିଓ ଅର୍ଚ୍ଚିତା ମିତଲଙ୍କ ଦ୍ୱାରସ୍ଥ ହୋଇଛି । ଗ୍ରାମବାସୀଙ୍କ କହିବା ଅନୁଯାଇ ଆଦିବାସୀଙ୍କ ପରମ୍ପାରା ଅନୁଯାଇ ଗତ ଶୁକ୍ରବାର ଜୟପୁର ବ୍ଲକ ଅନ୍ତର୍ଗତ କାଳିଆ ଗାଁ ପଂଚାୟତରେ ପୁଜାରିପୁଟ ଗ୍ରାମରେ ଚୈତ ପରବକୁ ନେଇ ପାଜର ମାଗୁଥିଲେ । ମହିଳା ଓ ଯୁବତିମାନେ ପାଜର ମାଗୁଥିବା ବେଳେ ପୋଲିସ ଆସି ମହିଳା ଓ ଯୁବତିମାନଙ୍କୁ ଦୌଡି ଦୌଡି ମାଡ ମାରିଥିଲେ । ତେଣୁ ଯେଉଁ ପୋଲିସ କର୍ମଚାରି ଙ୍କ ଏପରି କାଣ୍ଡ ଭିଆଇଛନ୍ତି ସେହି ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏସଡିପିଓ ମିତଲ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ହେବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ଯଦି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଜୟପୁର ବ୍ଲକ କୋରାପୁଟ ଜିଲାବାସୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande