
କନ୍ଧମାଳ , ୩୦ ମାର୍ଚ୍ଚ (ହି.ସ.)
ଭୁବନେଶ୍ବର ସଚିବାଳୟର ଅତିରିକ୍ତ ସେକ୍ସନ୍ ଅଫିସର ସ୍ବାଧିନ ବିଶ୍ଵାଳ ନିଜର ଆଉ ତିନି ଜଣ ସହକର୍ମୀଙ୍କ ସହ କନ୍ଧମାଳ ଜିଲ୍ଲା ପୁତୁଡି ଜଳ ପ୍ରପାତକୁ ବୁଲିବାକୁ ଆସି, ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଗଭୀର ଜଳରେ ନିଖୋଜ ହୋଇଥିଲେ। ଆଜି ତାଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ଫୁଲବାଣୀ ଅଗ୍ନିଶମ ଓ ଓଡ୍ରାଫ୍ ବାହୀନୀ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ ସୁଚନା ଦେଇଛି। ସୁଚନା ଅନୁଯାୟୀ ଶନିବାର ଦିନ ନିଜର ୩ ଜଣ ସହକର୍ମୀଙ୍କ ସହିତ ଭୁବନେଶ୍ଵର ରୁ ପୁତୁଡି ଜଳ ପ୍ରପାତ କୁ ବୁଲିବାକୁ ଆସି ସେଠାରେ ପିକନିକ୍ କରିବା ସହିତ ଗଭୀର ଜଳ ଥିବା ଯାଗାରେ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ବଶତଃ ତାଙ୍କ ଗୋଡ ଖସିଯିବାରୁ ସେ ଜଳରେ ନିଖୋଜ ହୋଇଯାଇଥିଲେ। ଖବର ପାଇ ଫୁଲବାଣୀ ଅଗ୍ନିଶମ ବାହୀନୀ ଏବଂ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଲେ ସ୍ବାଧିନଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ଉଭୟ ଟିମ୍ ଖୋଜାଖୋଜି କରିବା ପରେ ସାଲୁଙ୍କି ନଦୀରୁ ତାଙ୍କର ମୃତ ଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ୍ ଶବକୁ ବ୍ଯବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ଯବଚ୍ଛେଦ ପରେ ଶବକୁ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କହିଛି। ତେବେ ସ୍ବାଧିନଙ୍କର ଘର ସମ୍ବଲପୁର ହୋଇଥିବା ବେଳେ ସେ ଭୁବନେଶ୍ଵର ସଚିବାଳୟ ରେ ଚାକିରୀ କରୁଥିଲେ ତାଙ୍କର ବାପା ମା ଏବଂ ଭାଇ ଓ ସ୍ତ୍ରୀ ଏବଂ ଗୋଟିଏ ଛୋଟ ପୁଅ ଅଛି ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ