ପ୍ରଗତି ଉତ୍ସବ ଅନୁଷ୍ଠିତ
ଜୟପୁର, 30 ମାର୍ଚ୍ଚ (ହି.ସ.) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲ
ପ୍ରଗତି ଉତ୍ସବ ଅନୁଷ୍ଠିତ


ଜୟପୁର, 30 ମାର୍ଚ୍ଚ (ହି.ସ.) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ ଭଉଣୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଏହାପରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସେଠୀଙ୍କ ଦ୍ୱାରା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କୁ ନିଜର ବୌଦ୍ଧିକ ମାଧ୍ୟମରେ ଜଣାଇଥିଲେ । ଏହାପରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପଣ୍ଡା ଶିଶୁଙ୍କୁ ଏହି ଦିନର ମହତ୍ତ୍ୱ ତଥା ଆଗାମୀ ବର୍ଷ ପାଇଁ ଶିଶୁମାନେ କ’ଣ କରିବା ଉଚିତ ଯାହା ଫଳରେ ସେମାନେ ସଫଳତା ପ୍ରାପ୍ତ କରିପାରିବେ ସେ ବିଷୟରେ ନିଜର ବୌଦ୍ଧିକ ମାଧ୍ୟମରେ ଆଲୋକପାତ କରିଥିଲେ । ଏହାପରେ ପ୍ରଥମ ରୁ ନବମ ଶ୍ରେଣୀର ପ୍ରଥମ ଦଶଜଣ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଫୁଲତୋଡ଼ା ସହିତ ପ୍ରଗତି ପତ୍ର ଅତିଥିମାନଙ୍କ ଦ୍ୱାରା ଦିଆଯାଇଥିଲା । ଏହାପରେ ସମସ୍ତ ଶ୍ରେଣୀରୁ ସର୍ବୋଚ୍ଚ ଉପସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ବାର୍ଷିକ ଉତ୍ସବରେ ସମ୍ମାନୀତ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ତଥା ଅଭିଭାବକ ଅନେକ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହାପରେ ସମସ୍ତ ଶିଶୁଙ୍କୁ ଶ୍ରେଣୀ ଅନୁସାରେ ପ୍ରଗତି ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଗୁରୁମା ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଏବଂ କୃତୀ ଶିଶୁଙ୍କ ନାମ ଘୋଷଣା କରିଥିଲେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ମହାପାତ୍ର । ମଞ୍ଚରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ ଏବଂ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ଶିଶିର ଚନ୍ଦ୍ର ଦାଶ । କାର୍ଯ୍ୟକ୍ରମକୁ ସଫଳତା କରାଇବାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏବଂ ସମସ୍ତ ସେବାବ୍ରତୀ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande