
ଜୟପୁର, ୩୦ ମାର୍ଚ୍ଚ (ହି.ସ.) - ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକୋତର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଦିବାସୀ ପ୍ରତିନିଧିତ୍ୱ ଓ ବିକାଶ ରାଜନୀତି ସମ୍ପର୍କିତ କର୍ମଶାଳା ଉଦଘାଟନ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାଇସ ଚାନ୍େସଲର ପ୍ରୋଫେସର ଜୟନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥ ଇଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଗ୍ୟାନ ପ୍ରଫେସର ଅମୀୟ କୁମାର ପରିଚ୍ଛା, ମୁମ୍ବାଇ ଡିନ ବିଦ୍ୟାଳୟର ପ୍ରଫେସର ବିପିନ କିଶୋର ଜୋଜୋ ଉପସ୍ଥିତ ରହି ଆଦିବାସୀ ସମାଜର ଆତ୍ମନିର୍ଭରତା, ପରିବେଶ ସୁରକ୍ଷା ରାଜନୈତିକ ଅଧିକାର ଉପରେ କେନ୍ଦ୍ରିତ ହୋଇଥାଏ। ସମ୍ବିଧାନରେ ଆଦିବାସୀ ପାଇଁ ସରକ୍ଷିତ ଆସନ ଥିବା ସତ୍ୱେ ପ୍ରକୃତ ନିଷ୍ପତି କ୍ଷମତା କେତେ, ପଂଚାୟତି ରାଜ ଓ ପେସା ଆଇନରେ ଗ୍ରାମ ସଭାର ଭୁମିକା, ମେସଷ୍ଟ୍ରିମ ରାଜନୀତି, ମିଡିଆ ଓ ନୀତି ନିର୍ମାଣରେ ଆଦିବାସୀ ସ୍ୱରର ଅଭାବ, ବିକଳ୍ପ ମଡେଲ ପରମ୍ପରାଗତ ଗ୍ୟାନ ଓ ସ୍ୱନିର୍ଭରତା ଆଧାରିତ ଉପରେ ଆଲୋଚନା କରାଯାଇଥିଲା। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଭାଇସ ଚାନ୍େସଲର ଦେବୀପ୍ରସାଦ ମିଶ୍ର ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ବିକଶିତ ଓଡିଶା ୨୦୩୬ ବିଷୟରେ ଅଲୋଚନା କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ଅମୀୟ କୁମାର ପରିଚ୍ଛା, ଡ.ରାଜେଶ ସେଠ୍,ମକରନ୍ଦ ମୁଦୁଲି, ଡ.ପଙ୍କଜ ନାୟକ, ମନୋଜ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି