ବିଦେଶୀ ଓ ମହୁଲି ମଦ ଜବତ, ୨ ବେପାରୀ ଗିରଫ
କୋରେଇ, ୩୦ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ପକ୍ଷରୁ ସନ୍ଧ୍ୟା ପେଟ୍ରୋଂଲି ସମୟରେ ବିଦେଶୀ ମଦ ଜବତ କରାଯାଇଛି । ସନ୍ଧ୍ୟା ପେଟ୍ୟୋଲିଂଗ ସମୟରେ ସଠିପୁର ନିକଟରେ ଜଣେ ବ୍ୟକ୍ତିଙ୍କ ଏକ ସ୍କୁଟିରେ( ଓଡି୩୪ୱାଇ ୩୩୭୩) ୨ଟି ପେଟିରେ ବିଦେଶୀ ମଦ ନେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ତାକୁ ଯାଂଚ କରାଯା
ବିଦେଶୀ ଓ ମହୁଲି ମଦ ଜବତ, ୨ ବେପାରୀ ଗିରଫ


କୋରେଇ, ୩୦ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ପକ୍ଷରୁ ସନ୍ଧ୍ୟା ପେଟ୍ରୋଂଲି ସମୟରେ ବିଦେଶୀ ମଦ ଜବତ କରାଯାଇଛି । ସନ୍ଧ୍ୟା ପେଟ୍ୟୋଲିଂଗ ସମୟରେ ସଠିପୁର ନିକଟରେ ଜଣେ ବ୍ୟକ୍ତିଙ୍କ ଏକ ସ୍କୁଟିରେ( ଓଡି୩୪ୱାଇ ୩୩୭୩) ୨ଟି ପେଟିରେ ବିଦେଶୀ ମଦ ନେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ତାକୁ ଯାଂଚ କରାଯାଇଥିଲା । ତା ନିକଟରୁ ୨ପେଟି ବିଦେଶୀ ମଦ ମ୍ୟକଡଲ ନମ୍ବର ୱାନ ୪୨ ବୋତଲ (୧୮୦ଲେଖାଏ) ବିଦେଶ ୀ ମଦ ୭.୫୬୦ ଲିଟର ଜବତ କରାଯାଇଥିଲା । ଏହି ଘଟଣାରେ ଏକ ମାମଳା ୧୦୪/୨୬ ରୁଜ୍ଜୁ କରାଯାଇ ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଗ୍ରାମର ରବିନ୍ଦ୍ର ମହାନ୍ତି(୫୨)କୁ ଗିରଫ କରାଯାଇଛି । ଆଜି ତାକୁ ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟରେ ଅଦାଲତ ଚାଲାଣ କରାଯାଇଛି । ସେହିପରି ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଜହ୍ନାକଣା ଠାରେ ଚଢାଉ କରାଯାଇ ଜହ୍ନାକଣା ଗ୍ରାମର ମହେଶ୍ୱର ମଲିକ(୪୦)ଙ୍କ ଠାରୁ ୧୧.୭୫ ମହୁଲି ମଦ ଜବତ କରାଯାଇଛି । ଏନେଇ ଏକ ମାମଲା ୧୦୯/୨୬ ରୁଜ୍ଜୁ କରାଯାଇ ତାକୁ ଗିରଫ କରାଯାଇ ଥିବା ତଦନ୍ତାଧିକାରୀ ଏଏସଆଇ ଦେବବ୍ରତ ମହାନ୍ତିଙ୍କ ଠାରୁ ସୂଚନା ମଳିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande