
ଭଦ୍ରକ, ୩୦ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ହେମପଦ୍ମ ଗାଲାକ୍ସି ପରିସରରେ ଚାଲିଥିବା ମହତାବ ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଶିବିର ଉଦଯାପିତ ହୋଇଯାଇଛି । ଏହିି ଶିବିରରେ ୮ ଗୋଟି ସତ୍ରରେ କାର୍ଯ୍ୟକର୍ତା ଏବଂ ପଦାଧିକାରୀ ମାନଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା । ଉଦ୍ଯାପନୀ ସତ୍ରରେ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ ସରକାରଙ୍କ ସଫଳତା ଏବଂ କାର୍ଯ୍ୟାନ୍ୱୟନ ଉପରେ ଆଲୋକପାତ କରି କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ମୋହନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ବିଦ୍ୟାଳୟ ଭିତିଭୂମିର ବିକାଶ, ସ୍ୱର୍ଣ୍ଣ ଚର୍ତୁଭୂଜ ଯୋଜନାରେ ସଡକ ନିର୍ମାଣ, ମୋଟ୍ରୋ ସିଟି , ରେଲୱେ ଲାଇନ୍, ଜାତୀୟ ରାଜପଥ,ମେଡିକାଲ୍ କଲେଜ ସାଙ୍ଗକୁ ଏୟାରପୋର୍ଟ ବୃଦ୍ଧି ମୋଦୀ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ବିଶେଷ କରି ମୋଦୀଜିଙ୍କ କେନ୍ଦ୍ରରେ ୧୨ ବର୍ଷର ଶାସନ କାଳ ମଧ୍ୟରେ ଦେଶର ପ୍ରଭୂତ ଉନ୍ନତି ଘଟିଥିବା ବେଳେ ଆଗାମୀ ୨୦୪୭ ରେ ବିକଶିତ ଭାରତ ବର୍ଷ ଗଠନର ଲକ୍ଷ୍ୟ ରଖି ଦଳୀୟ କାର୍ଯ୍ୟକର୍ତା ମାନେ ଆଗକୁ ବଢିବା ନେଇ ସେ ଆହ୍ୱାନ ଦେଇଥିଲେ । ଆଜି ଅନୁଷ୍ଠିତ ପଚଂ ଗୋଟି ସତ୍ର ମଧ୍ୟରେ ରାଷ୍ଟ୍ରୀୟ ପରିଷଦର ରାଜ୍ୟ ପରିଷଦ ସଭ୍ୟ ଅନିଲ୍ ବେହେରା ଇତିହାସ ଏବଂ ବିକାଶ ଉପରେ କହି ଜନ ସଂଘରୁ ବିଜେପିର ଜୟଯାତ୍ରା ଓ ପାର୍ଟିର ଇତିହାସ ଉପରେ ମତ ରଖିଥିଲେ । ଜିଲ୍ଲା ଉପ-ସଭାନେତ୍ରୀ ତପସ୍ୱିନୀ ମହାପାତ୍ର ଦଳର କାର୍ଯ୍ୟ ପଦ୍ଧତି ଉପରେ ବିସୃତ ବିବରଣୀ ରଖିô ନିୟମିତ ପଦାଧିକାରୀ ବୈଠକ କର ଦଳୀୟ ଆଲୋଚନା ମାଧ୍ୟମରେ ଦଳର ଶକ୍ତି ବୃଦ୍ଧି ନେଇ କହିଥିଲେ । ପୂର୍ବତନ ଜିଲ୍ଲା ସମ୍ପାଦକ ଅମ୍ବିକା ଦାସ ସ୍ୱତନ୍ତ୍ର ସଂଘନ ସଂଶୋଧନ(ଏସଆଇଆର) ଉପରେ ମତ ରଖି ଜଣେ ବ୍ୟକ୍ତି ଏକାଧରକ ସ୍ଥାନରେ ଭୋଟ୍ ଦେବା ଏବଂ ଚଚଂକତା ଏସଆଇଆର ନିୟମ କିପରି ବାଧକ ସାଜିଛି ସେ ନେଇ କହିଥିଲେ । ଜିଲ୍ଲା ସମ୍ପାଦକ କିଶୋର କିଙ୍କର ପଢିଆରୀ ବୁଥ ପରିଚାଳନା ଓ ମନକି ବାତ୍ ଉପରେ ଗୁରୁତ୍ୱାରୋପ କରି କାର୍ଯ୍ୟକର୍ତା ମାନଙ୍କୁ ସମର୍ପିତ ମନୋଭାବ ରଖି କାର୍ଯ୍ୟ କରିବାକୁ କହିଥିଲେ । ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ତତ୍ୱାବଧାନରେ ବିଭିନ୍ନ ସତ୍ରକୁ ଦଳର ବରିଷ୍ଠ କାର୍ଯ୍ୟକର୍ତା ହେମନ୍ତ କୁମାର ସିଂହ, ସୁବାଷ ପଣ୍ଡା, ଅଶୋକ ପରିଡା, ଗୋପାଳ କୃଷ୍ଣ ଦାଶ ପରିଚାଳନା କରିଥିଲେ । ଶେଷରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମାରୋପ ସଙ୍ଗୀତ ସହ ଦଳୀୟ ପତାକା ଅବତରଣ କରାଯାଇଥିଲା । ଚିନ୍ମୟ ମହାପାତ୍ର, ନିର୍ମଳ ନାୟକ, ପ୍ରଦୀପ ପୁହାଣ, ରବିନ୍ଦ୍ର ପଣ୍ଡା, ବିଜ୍ଞାନ ଭୂଷଣ ମହାନ୍ତି, କିରଣ ମୟ ବେହେରା, ବସନ୍ତ ପତି,ଗଦାଧର ବେହେରା, କେଳାସ ଚନ୍ଦ୍ର ଧଳ, ବାସନ୍ତି ମହାପାତ୍ର, ମଦନ କଟୁଆଳ, ପୟୋଧର ବାରିକ, ହିମାଦ୍ରୀ ମହାନ୍ତି, ଜୟକୃଷ୍ଣ ସାହୁ, ପ୍ରତାପ କୁମାର ପଣ୍ଡା, ନିତ୍ୟାନନ୍ଦ ସିଂହ,ବୁଟୁ ପାଢୀ, ଶୁଭେନ୍ଦୁ ବେହେରା, ତପନ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ