
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ୨୦୨୨ ରେ ୫୯ ହଜାର ୭୩୨ ଯକ୍ଷ୍ମା ରୋଗୀ ଚିହ୍ନଟ
ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୬ ହଜାର ୧୨୬ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି
। ଚିନ୍ତାର ବିଷୟ ୩୩ ହଜାର ୬୦୬ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରିନାହାନ୍ତି ।
୨୦୨୩ ରେ ୬୧ ହଜାର ୨୮୫ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ
ମାତ୍ର ୨୭ ହଜାର ୩୪୫ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇପାରିଛନ୍ତି । ଚିନ୍ତାର ବିଷୟ ୩୩ ହଜାର
୯୪୦ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରିନାହାନ୍ତି ।
୨୦୨୪ ରେ ୫୯ ହଜାର ୮୧୯ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ
ମାତ୍ର ୨୮ ହଜାର ୫୭ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇପାରିଛନ୍ତି । ଚିନ୍ତାର ବିଷୟ ୩୧ ହଜାର
୭୬୨ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରିନାହାନ୍ତି । ତିନି ବର୍ଷରେ ପ୍ରାୟ ଲକ୍ଷେ ରୋଗୀ
ଚିକିତ୍ସା ସତେ ବି ସୁସ୍ଥ କି ମୁକ୍ତ ହୋଇ ପାରିନାହାନ୍ତି । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ
ମୁକେଶ ମହାଲିଙ୍ଗ ଏନେଇ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା