4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ରାଜ୍ୟରେ 4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇ-ଟେକ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର 8 ଲକ୍ଷ 78 ହଜାର 953 ଆବେଦନକାରୀଙ୍କ ମଧ୍ୟରୁ 3 ଲକ୍ଷ 27 ହଜାର 6
4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ     ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ରାଜ୍ୟରେ 4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା । ରୋଜ ଭ୍ୟାଲି

ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ

ଭ୍ୟାଲୁ ଏବଂ ହାଇ-ଟେକ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର 8 ଲକ୍ଷ 78 ହଜାର 953 ଆବେଦନକାରୀଙ୍କ ମଧ୍ୟରୁ 3 ଲକ୍ଷ 27 ହଜାର 642 ଜମାକାରୀଙ୍କୁ 128 କୋଟି ଟଙ୍କା ଫେରସ୍ତ କରାଯାଇଛି । ସେହିପରି କମିଶନ ସୁପାରିଶ

କରିଥିବା 99 ହଜାର 845 କ୍ଷୁଦ୍ର

ଜମାକାରୀଙ୍କୁ 47 କୋଟି ଟଙ୍କା

କର୍ପସ ଫାଣ୍ଠିରୁ ଫେରସ୍ତ କରାଯାଇଛି । ଏହା ସହ 8 ଟି ସଂସ୍ଥାର ସମ୍ପତି ଜବତ ସହ ବ୍ୟାଜ୍ୟାପ୍ତି ଫଳରେ ସରକାରଙ୍କୁ

ସାଢେ 8 କୋଟିରୁ ଅଧିକ

ରାଶି ପ୍ରାପ୍ତ ହୋଇଛି । 68ଟି ବେଆଇନ ଆର୍ଥିକ

ପ୍ରତିଷ୍ଠାନର ସ୍ଥାବର ଆସ୍ଥାବର ସମ୍ପତ୍ତି ବ୍ୟାଜ୍ୟାପ୍ତି ନିମନ୍ତେ 90 ଟି ପ୍ରସ୍ତାବକୁ

ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ 42 ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏନେଇ ଲିଖିତ ଉତ୍ତର

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande