ଗ୍ୟାସ ସିଲିଣ୍ଡର ସମସ୍ୟା ସମାଧାନ ପାଇଁ କଂଟ୍ରୋଲ ରୁମ
ପୁରୀ, ୩୦ ମାର୍ଚ୍ଚ (ହି.ସ.) - ପୁରୀ ଜିଲ୍ଲା ରେ ଆବଶ୍ୟକୀୟ ଗ୍ୟାସ ସିଲିଣ୍ଡର ମହଯୁଦ ରହିଛି। ତେଣୁ ଜନସାଧାରଣ ଅଯଥା ଆତଙ୍କିତ ନ ହେବା କିମ୍ବା ଅଯଥା ଗ୍ୟାସ ଡିଲର ପଏଂଟରେ ଭିଡ ନ କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନୁରୋଧ କରିଛନ୍ତି। ଆଜି ଅପରାହ୍ନରେ ଏ ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ବ
ଗ୍ୟାସ ସିଲିଣ୍ଡର ସମସ୍ୟା ସମାଧାନ ପାଇଁ କଂଟ୍ରୋଲ ରୁମ


ପୁରୀ, ୩୦ ମାର୍ଚ୍ଚ (ହି.ସ.) - ପୁରୀ ଜିଲ୍ଲା ରେ ଆବଶ୍ୟକୀୟ ଗ୍ୟାସ ସିଲିଣ୍ଡର ମହଯୁଦ ରହିଛି। ତେଣୁ ଜନସାଧାରଣ ଅଯଥା ଆତଙ୍କିତ ନ ହେବା କିମ୍ବା ଅଯଥା ଗ୍ୟାସ ଡିଲର ପଏଂଟରେ ଭିଡ ନ କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନୁରୋଧ କରିଛନ୍ତି। ଆଜି ଅପରାହ୍ନରେ ଏ ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଜନସାଧାରଣ ଙ୍କୁ ସଠିକ ଭାବେ ଗ୍ୟାସ ଯୋଗାଣ ସହ ସରକାରୀ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଗ୍ୟାସ ଯୋଗାଣ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ବିହିତ ପଦକ୍ଷେପ ପାଇଁ ମୁଖ୍ୟ ଯୋଗାଣ ଅଧିକାରୀ ଓ ଗ୍ୟାସ ଡିଲର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ଏ ସମ୍ପର୍କରେ କଂଟ୍ରୋଲ ରୁମ ଖୋଲା ଯାଇ ଲୋକ ଙ୍କ ସମସ୍ୟା କୁ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି।ଯୋଗାଣ କାର୍ଯ୍ୟାଳୟ କଂଟ୍ରୋଲ ରୁମ ନମ୍ବର ହେଲା ୦୬୭୫୨-୨୨୨୨୨୮ ଓ ଜିଲ୍ଲା କଂଟ୍ରୋଲ ରୁମ ନମ୍ବର ହେଲା ୦୬୭୫୨-୨୨୩୨୩୭ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande