
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ୧ ଏପ୍ରିଲ, ଓଡ଼ିଶା ଦିବସରୁ ୧୪ ଏପ୍ରିଲ, ପଣା ସଂକ୍ରାନ୍ତି/ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ
ପକ୍ଷ ଭାବରେ ଅତି ଶ୍ରଦ୍ଧାର ସହିତ ପାଳନ କରାଯିବ । ଓଡ଼ିଆ ପକ୍ଷ ପାଳନ
ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ଏପ୍ରିଲ ୧ ତାରିଖରେ ,ଓଡ଼ିଶା ଦିବସ,ତଥା
ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯିବା।
ଏପ୍ରିଲ ୨ ତାରିଖରେ ଖଡ଼ିଛୁଆଁ
ଦିବସ ରୂପେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଶିଶୁ ମାନଙ୍କର କରାଯିବ।
ଏପ୍ରିଲ ୩ ତାରିଖରେ,ଆମ ପୋଷାକ : ଆମ ପରିଚୟ, ରୂପେ
ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯିବ।
ଏପ୍ରିଲ ୪ ତାରିଖରେ ଓଡ଼ିଆରେ
ନାମ ଫଳକ ଲେଖା ଅଭିଯାନ କରାଯିବ। ଓଡ଼ିଆରେ ନାମ ଫଳକ ଲେଖା ନିମନ୍ତେ ସଚେତନତା ପଦଯାତ୍ରା ଶ୍ରମ
ବିଭାଗ ପକ୍ଷରୁ କରାଯିବ।
ଏପ୍ରିଲ ୫ ତାରିଖରେ,ଐତିହ୍ୟ ଗଣଦୌଡ଼। ଐତିହ୍ୟସ୍ଥଳୀ ନିକଟରେ ଏହାର
ସୁରକ୍ଷା, ପ୍ରଚାର ପ୍ରସାର ପାଇଁ ଗଣଦୌଡ଼ କରାଯିବ।
ଏପ୍ରିଲ ୬ ତାରିଖରେ
ଦେବାଳୟଠାରୁ ସାର୍ବଜନୀନ ପୁଷ୍କରିଣୀ ପର୍ଯ୍ୟନ୍ତ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ
ହେବ।
ଏପ୍ରିଲ ୭ ତାରିଖରେ ସ୍ଥାନୀୟ
ଶିଶୁକଥା/ଗଳ୍ପ/ଲୋକକଥାକୁ ଛୋଟ ପିଲାଙ୍କ ମଧ୍ୟରେ ପ୍ରଚାର ପ୍ରସାର ଏବଂ ବର୍ଣ୍ଣବୋଧ ବଣ୍ଟନ
କାର୍ଯ୍ୟକ୍ରମ ଯାହାକୁ ଶିଶୁ କଥା ଦିବସ ରୂପେ ଆୟୋଜିତ ହେବ।
ଏପ୍ରିଲ ୮ ତାରିଖରେ ରକ୍ତଦାନ
ଅଭିଯାନ କରାଯିବ।
ଏପ୍ରିଲ ୯ ତାରିଖରେ,ଆସ ବହିଟିଏ କିଣିବା ଅଭିଯାନ, ଯେଉଁଥିରେ ବହିଟିଏ କିଣିବା, ପଢ଼ିବା ଓ ଉପହାର ଦେବା ନେଇ
ବିଶେଷ କାର୍ଯ୍ୟକ୍ରମ କରାଯିବ।
ଏପ୍ରିଲ ୧୦ ତାରିଖରେ,ଲୋକକଳା ପାଇଁ ଦିନଟିଏ ପାଳନ କରାଯିବ। ଲୋକକଳାକୁ
ପ୍ରୋତ୍ସାହନ ଓ କଳାକାରମାନଙ୍କୁ ସମ୍ବର୍ଦ୍ଧନା କରାଯିବ।
ଏପ୍ରିଲ ୧୧ ତାରିଖରେ
ଅମୃତପିଢ଼ି ସାରସ୍ବତ ସମାରୋହ କରାଯିବ। ଯେଉଁଥିରେ ଶିଶୁ, କିଶୋର ତଥା ତରୁଣମାନଙ୍କ ସାରସ୍ବତ ସୃଷ୍ଟିକୁ ସ୍ବୀକୃତି ଓ ସମ୍ମାନ
ପ୍ରଦାନ କରାଯିବ।
ଏପ୍ରିଲ ୧୨ ରେ ବନ୍ଦନୀୟ
ବରପୁତ୍ର କାର୍ଯ୍ୟକ୍ରମ କରାଯିବ। ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ।
ଏପ୍ରିଲ ୧୩ ତାରିଖରେ,ଆମ ରୁଚି ଆମ ଖାଦ୍ୟ ପାଳନ କରାଯିବ। ଯେଉଁଥିରେ
ପାରମ୍ପରିକ ଖାଦ୍ୟ ଦିବସ ପାଳନ ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ଗୁରୁତ୍ୱ ପ୍ରଦାନ କରାଯିବ।
ଏପ୍ରିଲ ୧୪ ତାରିଖରେ,ଓଡ଼ିଆ ନବବର୍ଷ ଭବ୍ୟତାର ସହ ପାଳନ କରିବେ ରାଜ୍ୟ
ସରକାର।
ଏହି ଓଡ଼ିଆ ପକ୍ଷ ପାଳନ, ଲୋକଙ୍କ ପାଖରେ ପହଂଚାଇବା ପାଇଁ ସରକାରଙ୍କ
ପକ୍ଷରୁ ସ୍ୱତନ୍ତ୍ର ୱେବସାଇଟ କରାଯାଇଛି। ଯୁବ ବର୍ଗ ମାନଙ୍କୁ ଅଧିକ ମାତ୍ରାରେ ଯୋଡିବା ଓ
ସଚେତନତା କରିବାକୁ ଲକ୍ଷ୍ୟ ରଖିଛି ବିଭାଗ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା