ବ୍ରହ୍ମବରଦାରେ ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରମୋଦ ପତି ଫାଉଣ୍ଡେସନ
ଧର୍ମଶାଳା,୩୦ମାର୍ଚ୍ଚ(ହି.ସ.) - ରବିବାର ଭୋର ସମୟରେ ରସୁଲପୁର ତହସିଲ ବ୍ରହ୍ମବରଦା ପଂଚାୟତ ଅନ୍ତର୍ଗତ ତାରିଣୀଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଗୋଟି ଦୋକାନରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା। ଏହି ଘଟଣାରେ ଅଗ୍ନିବିପନ୍ନ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଯ
ବ୍ରହ୍ମବରଦାରେ ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରମୋଦ ପତି ଫାଉଁଣ୍ଡେସନ


ଧର୍ମଶାଳା,୩୦ମାର୍ଚ୍ଚ(ହି.ସ.) - ରବିବାର ଭୋର ସମୟରେ ରସୁଲପୁର ତହସିଲ ବ୍ରହ୍ମବରଦା ପଂଚାୟତ ଅନ୍ତର୍ଗତ ତାରିଣୀଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଗୋଟି ଦୋକାନରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା। ଏହି ଘଟଣାରେ ଅଗ୍ନିବିପନ୍ନ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଏବେ ସେମାନଙ୍କ ପାଇଁ କଷ୍ଠକର ହୋଇ ପଡିଛି। ଏନେଇ ଆଜି ରସୁଲପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରମୋଦ ପତି ଫାଉଁଣ୍ଡେସନ ସହଯୋଗର ହାତ ବଢାଇଛି। ଫାଉଣ୍ଡେସନର ସଚିବ ଦିବ୍ୟଜ୍ୟୋତି ପତି ଘଟଣାସ୍ଥଳରେ ପଂହଚି ଅଗ୍ନିବିପନ୍ନ ବ୍ୟବସାୟୀଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ। ବ୍ରହ୍ମବରଦା ତାରିଣୀ ଛକ ବଣିକ ସଂଘ ସଭାପତି ଅରୁଣ କୁମାର ବେହେରା, ସାମାଜିକ କର୍ମୀ ମଂଟୁ ଦାସ, ଫାଉଣ୍ଡେସନର ସମ୍ପାଦକ ସନ୍ତୋଷ ସାହୁ, ସଭ୍ୟ ଚିତ ରଂଜନ ଦାସ, ସ୍ମୃତି ରଂଜନ ରାଉତ, ଜ୍ଞାନେନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ସାହୁ, ମହମ୍ମଦ ଅଲ୍ଲୀ, ନରେଶ ବେହେରା, ନବଘନ ବେହେରା, ଚନ୍ଦନ ବେହେରା ଓ ଦୀନବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande