ପୁରୀ ଆଇଟି ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ
ପୁରୀ, ୩୦ ମାର୍ଚ୍ଚ (ହି.ସ.)- ପୁରୀ ଆଇଟି ଆସୋସିଏସନର ସମୁଦ୍ରକୂଳ ସ୍ଥିତ ନିଳାଦ୍ରୀ ବିଚ ଓପନ ଅଡିଟୋରିୟମ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ଯଙ୍କ ଦିବଂଗତ ପିତା ହରେକୃଷ୍ଣ ପ୍ରଧାନୀ ଓ ନାରାୟଣ ବରାଳଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ର
ପୁରୀ ଆଇଟି ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ


ପୁରୀ, ୩୦ ମାର୍ଚ୍ଚ (ହି.ସ.)- ପୁରୀ ଆଇଟି ଆସୋସିଏସନର ସମୁଦ୍ରକୂଳ ସ୍ଥିତ ନିଳାଦ୍ରୀ ବିଚ ଓପନ ଅଡିଟୋରିୟମ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ଯଙ୍କ ଦିବଂଗତ ପିତା ହରେକୃଷ୍ଣ ପ୍ରଧାନୀ ଓ ନାରାୟଣ ବରାଳଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଆସୋସିଏସନର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ । ପୁରୀ ସହରରେ ଦିନକୁ ଦିନ ଡିଜିଟାଲ ନେଟୱର୍କ କାର୍ଯ୍ଯ ଓ ଆଇଟି କାର୍ଯ୍ଯ ବଢିବାରେ ଲାଗିଛି । ପୁରୀ ଜିଲ୍ଲାରେ ନିରବଛିନ୍ନ ଆଇଟି ସେବା ଯୋଗାଇବା ସହ ବିଶ୍ବାସ ଭାଜନ ହୋଇ ଆଇଟି କ୍ଷେତ୍ରରେ ଅନୁଷ୍ଠାନର ନାମ ରଖିବା ପାଇଁ ସଭାରେ ସଭାପତି ଶ୍ରୀ ମହାନ୍ତି ବିସ୍ତୃତ ଭାବେ ପ୍ରକାଶ କରିଥିଲେ । ସମସ୍ତ ସଭ୍ଯ ମାନେ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ପାଖରେ ଆଇଟି ସେବା ଯୋଗାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଆସୋସିଏସନର ସମ୍ପାଦକ ଅଜିତ କୁମାର ଜେନା, କୋଷାଧ୍ୟକ୍ଷ ସତ୍ଯନାରାୟଣ ପ୍ରଧାନୀ ଓ ଜୟ ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ରହି ଆସୋସିଏସନର ନୂତନ ସଭ୍ଯ ଗ୍ରହଣ ସହ ଏପ୍ରିଲ ମାସରେ ରେଜିଷ୍ଟ୍ରେସନ ଓ ଆର୍ଥିକ ବୃଦ୍ଧି ପାଇଁ ଆଲୋଚନା କରିଥିଲେ । ସହରରେ ରଥଯାତ୍ରା, ଚନ୍ଦନଯାତ୍ରା ଜାଗରଯାତ୍ରା ସମେତ ଗ୍ରୀଷ୍ମ ଦିନ ଓ ଶୀତ ଦିନରେ ସାମାଜିକ କ୍ଷେତ୍ରରେ ଲୋକ ମାନଙ୍କୁ ସେବା କରିବା ପାଇଁ ଆଲୋଚନା ମଧ୍ୟ ହୋଇଥିଲା । ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ଆଇଟି କ୍ଷେତ୍ରକୁ ବଢାଇ ଲୋକଙ୍କ ପ୍ରିୟଭାଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏପ୍ରିଲ ୧୦ ତାରିଖ ଆସୋସିଏସନର ସମସ୍ତ ସଦସ୍ଯ ମାନେ ଏକତ୍ରିତ ରହି ସଭାରେ ଯୋଗଦେବା ସହ ନୂତନ କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଶେଷରେ ଆସୋସିଏସନର ଉପସଭାପତି ସଞ୍ଜୀବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ହେକ୍ଟର ମିଶ୍ର

ଅଭୟ କୁମାର ସ୍ବାଇଁ, ପ୍ରିୟବ୍ରତ ପ୍ରଧାନ, ସ୍ବଂୟମ୍ଭୁ ପଟ୍ଟନାୟକ, ଇନାମ ରସୁଲ ,ଏମ.ଡି ଅଜିଜ , ହିମାଂଶୁ ମୋହନ ମହାନ୍ତି , ସୁଦର୍ଶନ ବରାଳ , ଧୀରେନ କୁମାର ମହନ୍ତ, ସୌମ୍ଯନ୍ଦ୍ର ସୁନ୍ଦର ରାୟ ପ୍ରମୁଖ ଉପସ୍ଥିତ ରହି ସଭାକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande