ଜନମୁକ୍ତି ଅନୁଷ୍ଠାନର ୩୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
ବଲାଙ୍ଗିର, ୩୧ ମାର୍ଚ୍ଚ ( ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜନମୁକ୍ତି ଅନୁଷ୍ଠାନର ସଭାପତି ବୈକୁଣ୍ଠ ବନଛୋରଙ୍କ ସଭାପତିତ୍ବରେ ୩୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁରିବାହାଲ , ବେଲପଡ଼ା ଓ ତୁରେକେ
ଜନମୁକ୍ତି ଅନୁଷ୍ଠାନର ୩୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ


ବଲାଙ୍ଗିର, ୩୧ ମାର୍ଚ୍ଚ ( ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜନମୁକ୍ତି ଅନୁଷ୍ଠାନର ସଭାପତି ବୈକୁଣ୍ଠ ବନଛୋରଙ୍କ ସଭାପତିତ୍ବରେ ୩୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁରିବାହାଲ , ବେଲପଡ଼ା ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ ସଭ୍ୟ ସଭ୍ୟା ସକ୍ରିୟ ଭାବେ ଅଂଶ ଗ୍ରହଣ କରି ଥିଲେ। ଭଜରାମ ସାହୁ ସଭାସଞ୍ଚାଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଭଗବାନ ମହାନ୍ତି, ପ୍ରେସ କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ବଘାର, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଦୁର୍ଗାନନ୍ଦ ମହାକୁର ଏବଂ ପରିଚାଳନା କମିଟିରୁ

ଟେଭା ସଗରିଆ, କପିଳାସ ଭୋଇ, ସଞ୍ଜୀବ କୁମାର ବାରିକ, ସୁବର୍ଣ୍ଣି ବାଗ ଓ ଲଳିତ ରଣା ମଞ୍ଚାସୀନ ଥିଲେ ।

ଏହି ସଭାରେ ଆଗତ ପ୍ରସ୍ତାବ ଅନୁଯାୟୀ ଅନୁଷ୍ଠାନର ବାର୍ଷିକ ପ୍ରଗତି ବିବରଣୀ ୨୦୨୫-୨୬ ଓ ବାର୍ଷିକ ଆର୍ଥିକ ବିବରଣୀ ଉପସ୍ଥାପନ ହୋଇଥିବା ସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅଡିଟର ନିଯୁକ୍ତି ଏବଂ ବାର୍ଷିକ ଯୋଜନା ଅଟକଳ ଗୃହୀତ କରାଯାଇଥିଲା । ଆବଶ୍ୟକତା ଓ ବର୍ତ୍ତମାନର ପରିଚାଳନା କମିଟିଙ୍କ ସଫଳ ପରିଚାଳନାକୁ ଦେଖି ଏହି କମିଟିର ଅବଧିକୁ ଆଗାମୀ ୫ ବର୍ଷ ପାଇଁ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇ ତାଙ୍କର କାର୍ଯ୍ୟ ଜାରୀ ରଖିବାଲାଗି ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅତିଥିମାନେ ଜନମୁକ୍ତି ଅନୁଷ୍ଠାନର ୩୦ବର୍ଷର ସଫଳ ଯାତ୍ରାକୁ ପ୍ରଶଂସା ପୂର୍ବକ ସ୍ୱାସ୍ଥ୍ୟ, ଶିକ୍ଷା, ଦାଦନମୁକ୍ତି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଗ୍ରାମସ୍ତରରେ କରାଯାଇଥିବା କାର୍ଯ୍ୟକୁ ସ୍ୱାଗତ କରିଥିଲେ । ବିଶେଷକରି କୋଭିଡ୍ ମହାମାରୀ ସମୟରେ ଘରେ ଘରେ ପହଞ୍ଚି ଜନସଚେତନତା ସୃଷ୍ଟି, ସମ୍ପୂର୍ଣ୍ଣ ଟୀକାକରଣ ଏବଂ ଆବଶ୍ୟକ ଖାଦ୍ୟ ଓ ସହାୟତା ସାମଗ୍ରୀ ବଣ୍ଟନକୁ ଅତିଥି ଗଣ ପ୍ରଶଂସା କରିଥିଲେ ।

ଅନୁନ୍ନତ ମୁରିବାହାଲ ଅଞ୍ଚଳରେ ତୃଣମୂଳ ସ୍ତରରେ ଅନୁଷ୍ଠାନର ସଫଳ କାର୍ଯ୍ୟନିଷ୍ପାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଦୁର୍ଗାନନ୍ଦ ମହାକୁର, ପ୍ରଫୁଲ କୁମାର ବଘାର, ସୁବର୍ଣ୍ଣି ବାଗ ଓ ଶ୍ରୀ କପିଳାସ ଭୋଇଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଞ୍ଚାଳନ ପାଇଁ ଚିତ୍ରଲେଖା ସାହୁ ସହଯୋଗ କରିଥିବା ବେଳେ ଚନ୍ଦନ ମେହେର, ସଞ୍ଜିତା ହାତୀ, କିରଣ ଜାଲ ଓ ଧର୍ମା ସାହୁ ସହଯୋଗ କରିଥଲେ।

ଅନୁଷ୍ଠାନର କର୍ମୀ ଗୋପାଳ ମେହେର, ବିଧୁ ବାଗ, ଝସକେତନ ବସ୍ତିଆ, ସୁଶୀଲ ସାହୁ, ଜାନକୀ ଭୋଇ, କୁମଦିନୀ ପାତ୍ର, ବୈଷ୍ଣବୀ ମହାକୁର, ବିଦେଶି ବୁଡ଼େକ, ମତୀନ୍ଦ୍ର ବାଗ, ଚନ୍ଦ୍ର ଚରଣ ସାହୁ, ପିଙ୍କି ଶିଖା, ସୁଶୀଲ ବାଗ, ଚନ୍ଦ୍ରକାନ୍ତ ହଂସ, ବୈଷ୍ଣବ ଛତର, ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଶ୍ରୀ ପ୍ରକାଶ କୁମାର ବନ୍ଦିଛୋର ଧନ୍ୟବାଦ ଜ୍ଞାପନ କରି ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande