
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସାହସୀ ଓ ନିଷ୍ଠାବାନ ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନିରାପଦ ଓ ସୁସ୍ଥ ସମାଜ ଗଠନରେ ଆପଣମାନଙ୍କର ଅବଦାନ ଓ ତ୍ୟାଗ ସର୍ବଦା ପ୍ରେରଣାଦାୟୀ । ଜନସୁରକ୍ଷା କ୍ଷେତ୍ରରେ ଆପଣମାନଙ୍କର ସେବା ଓ ସମର୍ପଣ ଓଡ଼ିଶାକୁ ଆହୁରି ଶକ୍ତିଶାଳୀ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା