ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ସୁଚାରୁ ରୂପେ କରିବି- ଅଶୋକ ମହାନ୍ତି
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିବା ପରେ ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ମତେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ର
ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ସୁଚାରୁ ରୂପେ କରିବି- ଅଶୋକ ମହାନ୍ତି


ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିବା ପରେ ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ମତେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ଧନ୍ୟବାଦ। ମତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ସୁଚାରୁ ରୂପେ କରିବି। ଜିଲ୍ଲାର ବିକାଶର ନକ୍ସା ଯୋଜନା ବୋର୍ଡ ରେ ତିଆରି ହୁଏ। ବିଗତ ଦିନରେ ନିଷ୍ପତି ନେବାରେ ବିଳମ୍ବ ହେଉଥିଲା । ଆଗକୁ ଏହା ହେବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande